Uncategorized

ସ୍କୁଲ ଲାଇବ୍ରେରୀରେ ଅଗ୍ନିକାଣ୍ଡ: ବ୍ୟାପକ କ୍ଷୟକ୍ଷତି

ଗୌତମ ବୁଦ୍ଧ ନଗର: ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗରସ୍ଥିତ ଜେବିଏମ ଗ୍ଲୋବାଲ ସ୍କୁଲର ଲାଇବ୍ରେରୀରେ ଆଜି ଏକ ଅଗ୍ନିକାଣ୍ଡ ଘଟିଯାଇଛି । ତେବେ ସ୍କୁଲ ବର୍ତ୍ତମାନ ଲକଡାଉନ ପାଇଁ ବନ୍ଦ ଥିବାରୁ ଏକ ଭୟଙ୍କ ଅଘଟଣା ଏଡିଗଲା ବୋଲି ଗୌତମ ନଗର ସିଏଫଓ ଅରୁଣ କୁମାର କହିଛନ୍ତି ।
ଅରୁଣ କୁମାର କହିଛନ୍ତି, ଆଜି ସକାଳ ୭.୫୫ରେ ଆମେ ଏହି ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇଲୁ ।ସଙ୍ଗେସଙ୍ଗେ ଘଟଣାସ୍ଥଳକୁ ଦମକଳ ବାହିନୀ ଯ।।ଇ ନିଆଁ ଲିଭା କାମ ଆରମ୍ଭ କରି ଦେଇଥିଲା । ଏହି ନିଆଁ ଲାଗିବା ପଛର କାରଣ ଜଣାପଡିନାହିଁ । ତେବେ ସ୍କୁଲ ବନ୍ଦ ଥିବାରୁ ଏକ ବଡ ଅଘଟଣ ଟଳି ଯାଇଛି ବୋଲି ସେ କହିଛନ୍ତି । ଏହି ଅଗ୍ନିକାଣ୍ଡରେ ଲାଇବ୍ରେରୀର ବ୍ୟାପକ କ୍ଷୟକ୍ଷତି ହୋଇଛି । ଲାଇବ୍ରେରୀରେ ଥିବା ବହି, ଆସବାବ ପତ୍ର ଓ ଅନ୍ୟାନ୍ୟ ଜିନିଷ ପୋଡି ପାଉଁଶ ହୋଇଯାଇଛି ବୋଲି ଅରୁଣ ସୂଚନା ଦେଇଛନ୍ତି ।

Related posts

କେରଳର ସିଏଏ ବିରୋଧୀ ଆଭିମୁଖ୍ୟକୁ ରାଜ୍ୟପାଳଙ୍କ ସମାଲୋଚନା

mahabharatanews

ରାମ ମନ୍ଦିର ଟ୍ରଷ୍ଟ ଗଠନ, ୧୫ ଟ୍ରଷ୍ଟିଙ୍କ ମଧ୍ୟରେ ରହିବେ ଜଣେ ଦଳିତ

mahabharatanews

କୋର୍ଟରୁମରେ ବେହୋସ ହେଲେ ଜଷ୍ଟିସ ଭାନୁମତି

mahabharatanews