ଭାରତ

ବାଣ କାରଖାନାରେ ଅଚାନକ ବିସ୍ଫୋରଣ,୬ ମୃତ ସହ ୬୦ଆହତ

(ମଧ୍ୟପ୍ରଦେଶ) : ମଧ୍ୟପ୍ରଦେଶ ହରଦା ଜିଲ୍ଲାରେ ଥିବା ଏକ ବାଣ କାରଖାନାରେ ଅଚାନକ ବିସ୍ଫୋରଣ । ଏହି ବିସ୍ଫୋରଣରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି । ହରଦା ଜିଲ୍ଲାର ବେରାଗଡ଼ ଅଞ୍ଚଳରେ ଥିବା ବାଣ କାରଖାନାରେ ଭୟାବହ ବିସ୍ଫୋରଣ ହୋଇଛି ।

ସୂଚନାନୁଯାୟୀ, ଏହି ବିସ୍ଫୋରଣରେ ସମଗ୍ର ସହର କମ୍ପିତ ହୋଇଛି । ସୂଚନାନୁସାରେ, ଆଖପାଖ ଅଞ୍ଚଳରେ ପ୍ରାୟ ୫୦ଟି ଘରେ ନିଆଁ ଲାଗିଯାଇଛି । ବର୍ତ୍ତମାନ ୨୦ରୁ ଅଧିକ ଆହତଙ୍କୁ ହରଦା ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମାଗରଦା ରୋଡସ୍ଥିତ ବେଆଇନ ବାଣ ଦୋକାନରେ ସକାଳେ ବିସ୍ଫୋରଣ ପରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଥିଲା । ସୂଚନା ପାଇବା ପରେ ଅଗ୍ନିଶମ ବିଭାଗର ଗାଡି ପ୍ରଶାସନିକ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଛି । ନର୍ମଦାପୁରାମରୁ ୬ ଟି ଦମକଳ ଗାଡ଼ି ଏବଂ ୪ ଟି ଆମ୍ବୁଲାନ୍ସ ସହ ଡାକ୍ତରୀ ଟିମ୍‌ଙ୍କ ସହ ଅନ୍ୟ କର୍ମଚାରୀଙ୍କ ସହ ହରଦା ଘଟଣା ସ୍ଥଳରେ ପହଁଞ୍ଚିଛନ୍ତି ।

Related posts

କ୍ରାସ୍ ହେଲା ଡିଆରଡିଓର ଏକ ଡ୍ରୋନ

mahabharatanews

ଏହି କାରଣରୁ ବିରାଟଙ୍କ ଉପରେ ବର୍ଷିଲେ ଗାଭାସ୍କର

mahabharatanews

ଥମୁନି ମଣିପୁର ହିଂସା : ୨୯ଟି ଅଟୋମେଟିକ୍ ଅସ୍ତ୍ର ଜବତ

mahabharatanews