ଭାରତ

ଏହି କାରଣରୁ ବିରାଟଙ୍କ ଉପରେ ବର୍ଷିଲେ ଗାଭାସ୍କର

(ଦିଲ୍ଲୀ) : ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ଉପରେ ବର୍ଷିଛନ୍ତି। କୋହଲିଙ୍କ ଷ୍ଟ୍ରାଇକ୍ ରେଟ୍ ମନ୍ତବ୍ୟ ଉପରେ ଗାଭାସ୍କର ପ୍ରତିକ୍ରିୟା ପ୍ରକାଶ କରି ତାଙ୍କୁ ଏବଂ ବ୍ରଡକାଷ୍ଟରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ସୂଚନାନୁଯାୟୀ ,  ଶନିବାର ଖେଳାଯାଇଥିବା ମ୍ୟାଚରେ ଆରସିବି ଗୁଜୁରାଟ ଟାଇଟାନ୍ସକୁ ଚାରି ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍ ସମୟରେ କମେଣ୍ଟ୍ରି ଦେଇଥିବା ବେଳେ ଗାଭାସ୍କର କୋହଲିଙ୍କ ମନ୍ତବ୍ୟ ନେଇ ପ୍ରତିକ୍ରିୟା ଦେଇଛନ୍ତି। ସେ ବିରାଟଙ୍କୁ ପଚାରିଛନ୍ତି ବାହ୍ୟ ସ୍ବରକୁ ନେଇ କାହିଁକି ପ୍ରତିକ୍ରିୟା କରିଛନ୍ତି? ଅଧିକ ନଥିଲେ ମଧ୍ୟ ମୁଁ ଅଳ୍ପ କ୍ରିକେଟ୍ ଖେଳିଛି।ମୋ ପାଖରେ କୌଣସି ଏଜେଣ୍ଡା ନାହିଁ । ଆମେ ଯାହା ଦେଖୁ ସେ ବିଷୟରେ ଆଲୋଚନା କରୁ। ଆମେ କାହାର ପସନ୍ଦ ଏବଂ ନାପସନ୍ଦ ବିଷୟରେ ଚିନ୍ତା କରୁନାହୁଁ।

Related posts

ଦେଶରେ ୨୪ ଘଣ୍ଟାରେ ୧,୦୩୩ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ‘ଇଡି’ର ଚତୁର୍ଥ ସମନ୍‌

mahabharatanews

ଆଜି ଜେପି ନଡ୍ଡାଙ୍କ ବାସଭବନରେ ହେବ ବୈଠକ, ପ୍ରାର୍ଥୀଙ୍କ ନାମ ଉପରେ ହେବ ମନ୍ଥନ

mahabharatanews