Uncategorized

ହାର୍ଲି ଡାଭିଡସନ ଶୋ ରୁମରେ ଭୟାବହ ଅଗ୍ନିକାଣ୍ଡ: ୨୫ ଅଗ୍ନିଶମ ବାହିନୀ ନିୟୋଜିତ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ମୋତିନଗର ଅଞ୍ଚଳ ସ୍ଥିତ ହାର୍ଲି ଡାଭିଡସନ ଶୋ’ରୁମରେ ଭୟାବହ ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତର ରାତିରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା କି ନିଆଁ ଲିଭାଇବାକୁ ୨୫ ଅଗ୍ନିଶମ ବାହିନୀ ନିୟୋଜିତ ଥିଲେ । ଏହି ବିଲ୍ଡିଂର ୩ୟ ମହଲାରେ ଫସିଥିବା ୪ ଜଣଙ୍କୁ ଅଗ୍ନିଶମ ବାହିନୀ ସୁରକ୍ଷିତ ଉଦ୍ଧାର କରିଛି । ସକାଳ ୫ଟା ସୁଦ୍ଧା ନିଆଁକୁ ଆୟତ କରାଯାଇଛି ।
ଗତକାଲି ରାତି ପ୍ରାୟ ୧.୩୦ ବେଳେ ହାର୍ଲି ଡାଭିଡସନ ଶୋ’ରୁମର ପ୍ରଥମ ମହଲାରେ ନିଆଁ ଲାଗି ଯାଇଥିଲା । ଧୀରେ ଧୀରେ ଏହା ଦ୍ୱିତୀୟ ଓ ତୃତୀୟ ମହଲାକୁ ବ୍ୟାପି ଯାଇଥିଲା । ତୃତୀୟ ମହଲାରେ ଏକ ନାଇଟ କ୍ଲବ କାର୍ଯ୍ୟ କରୁଥିଲା । ସେହି କ୍ଲବ ଭିତରେ ୪ ଜଣ ଫସି ଯାଇଥିଲେ । ସେମାନଙ୍କୁ ଅଗ୍ନିଶମ କର୍ମଚାରୀ ସୁରକ୍ଷିତ ଉଦ୍ଧାର କରି ନେଇଥିଲେ । ୨୫ଟି ଅଗ୍ନିଶମ ବାହିନୀର ଦୀର୍ଘ ଓ ଅକ୍ଳାନ୍ତ ପରିଶ୍ରମ ପରେ ନିଆଁ ଭୋର ୫ଟା ସୁଦ୍ଧା ଆୟତ ହୋଇଥିବା ସୂଚନା ରହିଛି । ତେବେ ଏହି ଅଗ୍ନିକାଣ୍ଡରେ କେତେ କ୍ଷୟକ୍ଷତି ହୋଇଛି ତାର ଆକଳନ କରାଯାଇ ନାହିଁ ।

Related posts

ଅନିଶ୍ଚିତତାରେ ଆମ ବସଷ୍ଟାଣ୍ଡ ଉଦ୍ ଘାଟନ

mahabharatanews

ଘରେ ପ୍ରସ୍ତୁତ କରନ୍ତୁ ଦେଶୀ ଆଳୁ ଚିକେନ୍ ବରା

mahabharatanews

ଦେଶରେ ଗତ ୨୪ଘଣ୍ଟାରେ ୭୦୫ ଜଣଙ୍କ କରୋନାରେ ମୃତ୍ୟୁ

mahabharatanews

Leave a Comment