Uncategorized

ପାଣି ଭିତରେ ଜଙ୍ଗଲ

(ମହାଭାରତ): ଦୁନିଆରେ ଏମିତି କିଛି ଅଜବ ଦୃଶ୍ୟ ଅଛି,ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । ଏହାର ରହସ୍ୟ ସହଜରେ ବୁଝିହୁଏ ନାହିଁ । ଏପରି ଏକ ସ୍ଥାନ ହେଉଛି ‘ଲେକ କ୍ୟାଣ୍ଡି’ । କାଜାଖସ୍ତାନରେ ଥିବା ଏହି ଝରଣା ସବୁଠୁ ରହସ୍ୟମୟୀ ତଥା ରୋମାଞ୍ଚକର । କାରଣ ଏଠାକାର ପୂରା ଜଙ୍ଗଲ ଝରଣା ଭିତରେ ହିଁ ରହିଛି । ସାଧାରଣତଃ ଗଛ ଗୁଡିକ ଭୂମିରେ ଉଠିଥାଏ । କିନ୍ତୁ ଏଠାରେ ଝରଣା ଭିତରେ ବିରାଟ ଗଛ ରହିବା ରହସ୍ୟଜନକ । କୁହାଯାଏ,୧୯୧୧ରେ ଏହି ଅଞ୍ଚଳରେ ଭୟଙ୍କର ଭୂକମ୍ପ ହୋଇଥିଲା । ଫଳରେ ଜଙ୍ଗଲଟି ମଧ୍ୟ ଥରି ଉଠିଥିଲା । ସେତେବେଳେ ବଡବଡ ଗଛ ସବୁ ଝରଣା ମଧ୍ୟକୁ ଚାଲିଯାଇଥିଲା । ସେହିଦିନଠାରୁ ସମଗ୍ର ଜଙ୍ଗଲଟି ଝରଣା ମଧ୍ୟରେ ରହିଯାଇଛି । ସମୁଦ୍ରଠାରୁ ୨୦୦୦ ମିଟର ଉପରେ ଥିବା ଏହି ଝରଣା ପାଣି ବହୁତ ଥଣ୍ଡା । ଏହି ସ୍ଥାନ ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷିତ କରେ । ଯେତିକି ରହସ୍ୟମୟ ସେତିକି ମନୋଲୋଭା ।

Related posts

କରୋନାରେ ବିହାର ମୁଖ୍ୟମନ୍ତ୍ରୀଙ୍କ ଝିଆରୀ ପୀଡିତ

mahabharatanews

ଦିଲ୍ଲୀ ନିର୍ବାଚନ: ନାମାଙ୍କନ ଭରିଲେ ଉପମୁଖ୍ୟମନ୍ତ୍ରୀ ସିସୋଦିଆ

mahabharatanews

ଧାନର ଭଳି ଅନ୍ୟ ଫସଲର ଏମଏସପି ମଧ୍ୟ ବଢ଼ିବା ଦରକାର: ବାନାର୍ଜୀ

mahabharatanews