ଭାରତ

ବାଣ ଫ୍ୟାକ୍ଟ୍ରିରେ ଭୟାବହ ବିସ୍ଫୋରଣ, ୯ ମୃତ

(ତାମିଲନାଡୁ): ” ତାମିଲନାଡୁର ଏକ ବାଣ ଫ୍ୟାକ୍ଟ୍ରିରେ ଭୟାବହ ବିସ୍ଫୋରଣ । ଯେଉଁଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଥିବା ନେଇ ସୂଚନା ରହିଛି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶନିବାର ସକାଳେ ତାମିଲନାଡୁ ବିରୁଧୁନଗରରେ ଏହି ଅଘଟଣ ଘଟିଥିବା ନେଇ ସୂଚନା ରହିଛି ।

ସୂଚନା ଅନୁସାରେ, ବାଣ ଫ୍ୟାକ୍ଟ୍ରିର ରାସାୟନିକ ମିଶ୍ରଣ ସ୍ଥାନରେ ପ୍ରଥମେ ବିସ୍ଫୋରଣ ଘଟିଥିଲା । ଯାହା ପରେ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ଫଳରେ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ଆହତଙ୍କୁ ଡାକ୍ତରଖାନା ନେବା ସମୟରେ ହିଁ ମୃତ୍ୟୁ ଘଟିଥିଲା । ତେବେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇ ନାହିଁ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ବାଣ ଗୋଦାମ ପାଖରେ ଥିବା ୪ଟି ବିଲ୍ଡିଂ ସମ୍ପର୍ଣ୍ଣ ନଷ୍ଟ ହୋଇଯାଇଛି । ବହୁ କ୍ଷୟକ୍ଷତି ହୋଇଥିବା ନେଇ ମଧ୍ୟ ଖବର ରହିଛି ।

Related posts

‘ସ୍କୁପ୍‌’ର ରିଲିଜ୍‌ ବନ୍ଦ ପାଇଁ ଆବେଦନ କଲେ ଗ୍ୟାଙ୍ଗ୍‌ଷ୍ଟର୍‌ ଛୋଟା ରାଜନ୍‌

mahabharatanews

ଆଜି ଭାରତୀୟ ବାୟୁସେନାର ୯୦ତମ ପ୍ରତିଷ୍ଠା ଦିବସ ; ଚଣ୍ଡିଗଡ଼ର ସୁଖ୍ନା ଲେକରେ ହେଉଛି ଏୟାର ସୋ

mahabharatanews

ଦେଶରେ ଅଚାନକ ଡାଉନ ହେଲା ଗୁଗଲ ମିଟ

mahabharatanews