ଓଡିଶା

ପରଲୋକରେ କଟକର ପ୍ରଥମ ମେୟର ନିବେଦିତା ପ୍ରଧାନ 

(କଟକ) : ପରଲୋକରେ କଟକର ପ୍ରଥମ ମେୟର ନିବେଦିତା ପ୍ରଧାନ ।  ୬୦ ବର୍ଷ ବୟସରେ କଟକର ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । କିଛି ଦିନ ହେଲା ଅସୁସ୍ଥତା ହୋଇ ଆସୁଥିଲେ । କଟକର ମଙ୍ଗଳବାଗ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି  ଅପରାହ୍ନ ୫ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

ସୂଚନାନୁଯାୟୀ , ନିବେଦିତା ୨୦୦୩ରୁ ୨୦୦୮ ପର୍ଯ୍ୟନ୍ତ କଟକର ମେୟର ଥିଲେ ।ମେୟର ପୂର୍ବରୁ କଟକ ସଦରର ବିଧାୟିକା ମଧ୍ୟ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା । ସେ ମଧୁମେହ ସହିତ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ତାଙ୍କର କିଡ୍‌ନୀ ମଧ୍ୟ ଖରାପ ହୋଇଯାଇଥିଲା ।

Related posts

କୋଭିଡ୍ ଲକ୍ଷଣ ଥିଲେ, ପିକନିକ ଯାଆନ୍ତୁ ନାହିଁ 

mahabharatanews

ନାବାଳିକା ଅସଦାଚରଣ ମାମଲାରେ ୮ ବର୍ଷ ପରେ ଆସିଲା ରାୟ

mahabharatanews

ସନ୍ଦେହ ଘେରରେ ଗୋଡ଼ିବନ୍ଧ ଫାଣ୍ଡି ଅଧିକାରୀଙ୍କ କାର୍ୟ୍ୟକଳାପ! ଉଚ୍ଚସ୍ତରୀୟ ତଦନ୍ତ ଦାବୀ

mahabharatanews

Leave a Comment