ଓଡିଶା

ବୋରୱେଲ କାମରେ ନିୟୋଜିତ ୫ ନାବାଳକ ଉଦ୍ଧାର

(ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି): ଭୁବନେଶ୍ୱର ଠାରେ ବୋରୱେଲ କାମରେ ନିୟୋଜିତ ଥିବା ମାଲକାନଗିରି ଜିଲ୍ଲାର ୫ଜଣ ନାବାଳକଙ୍କୁ ପୁଲିସ ଓ ସାମଜିକ କର୍ମୀ ଉଦ୍ଧାର କରି ସେମାନଙ୍କ ଗାଁ କୁ ପଠାଇଛନ୍ତି । ସୁଚନା ଯୋଗ୍ୟ ଯେ, ଗତ ୨ବର୍ଷ ତଳେ ମାଲକାନଗିରି ଥାନାସ୍ଥ ତଣ୍ଡିକି, ବଣ୍ଡିକି, ତଙ୍ଗଗୁଡା, ଆଦିବାସୀ ଗ୍ରାମର ୧୫ ବର୍ଷ ରୁ ୧୮ବର୍ଷ ମଧ୍ୟରେ ହୋଇଥିବା ରାଜୁ ପଡିଆମି, ନୋକି କବାସୀ, ଆଡମା କବାସୀ ,ଭିମା ଓ୍ୟଇକେ, ତପନ କାଲାର ନାମକ ୫ଜଣ ନାବାଳକ ଆନ୍ଧ୍ରପ୍ରଦେଶ ଇଛାପୁରମର ଏକ ଦଲାଲ ହାବୁଡରେ ପଡି ଗାଡିରେ ବୋରୱେଲ କାମ କରିବାକୁ ଯାଇଥିଲେ । ସେ ଦଲାଲ ଏହି ପିଲାମାନଙ୍କୁ ସେଠାରେ ଛାଡିଦେଇ ପଳାଇ ଆସିଥିଲା । ସେମାନେ ନିଜଘରକୁ ଫେରିବା ପାଇଁ ମାଲିକଙ୍କୁ କହିଥିଲେ ମଧ୍ୟ ବୋରୱେଲ କମ୍ପାନୀ ମାଲିକ ସେମାନଙ୍କୁ ନ ଛାଡି କାମରେ ଲଗାଇଥିଲେ । ଗତ ତିନି ଦିନତଳେ ସେ କମ୍ପାନି ପକ୍ଷରୁ ଭୁବନେଶ୍ୱର ନନ୍ଦନକାନନ ପାଖରେ ବୋରୱେଲ ଖୋଳାକାମ ଚାଲିଥିଲା । ସେହି କାମରେ ଏହି ୫ଜଣ ନାବାଳକ ନିୟୋଜିତ ଥିଲେ । କରୋନା ସମୟରେ ବୋରୱେଲ ଖୋଳା କାମରେ ନାବାଳକ ମାନେ ନିୟୋଜିତ ହୋଇଥିବାର ଦେଖି ସେଠାକାର ପୁଲିସ ମାନେ ସେହି ପିଲାମାନଙ୍କୁ ପଚରା ଉଚରା କରିବାରୁ ସେମାନେ ପୁରା ଘଟଣା କହିଥିଲେ । ପୁଲିସ ସେହି ନାବାଳକ ମାନଙ୍କୁ ସେଠରୁ ଉଦ୍ଧାର କରି ନିଜ ହେପାଜତରେ ନେଇ ସାମାଜିକ କର୍ମୀ ମାନଙ୍କ ମାଧ୍ୟମରେ ପିଲାମାନଙ୍କୁ ବସ ଯୋଗେ ମାଲକାନାଗିରି କୁ ପଠାଇଥିଲେ । ଆଜି ସକାଳେ ମାଲକାନାଗିରି ବସ ଷ୍ଟାଣ୍ଡରେ ବସ ପହଁଚିବା ପରେ ଜିଲ୍ଲା ଆଦିବାସୀ କର୍ମଚାରି ସଂଘ, ଆଦିବାସୀ ସମାଜ ମହାସଂଘ କର୍ମକର୍ତ୍ତୀ ମାନେ ପହଁଚି ପିଲା ମାନଙ୍କୁ ସେମାନଙ୍କ ପରିବାର ନିକଟରେ ଛାଡିଛନ୍ତି । ଆସନ୍ତା ସୋମବାର ଦିନ ସମ୍ପୃକ୍ତ ଦଲାଲ ଙ୍କ ନାମରେ ଜିଲ୍ଲାଆଇନ ସେବା ପ୍ରାଧିକରଣ ବିଭାଗ ଓ ଶ୍ରମବିଭାଗ ନିକଟରେ କେସ କରାଯିବ ବୋଲି ଜିଲ୍ଲା ଆଦିବାସୀ କର୍ମଚାରୀ ସଂଘ ଓ ଜିଲ୍ଲା ଆଦିବାସୀ ସମାଜ ମହାସଂଘର କର୍ମକର୍ତ୍ତୀ ମାନେ ସୁଚନା ଦେଇଛନ୍ତି ।

Related posts

ସ୍ୱାର୍ଥପର ବବି ! ଦଳ ନୁହେଁ, ତାଙ୍କ ପାଇଁ କ୍ଷମତା ବଡ଼

mahabharatanews

ସାବଧାନ ବୁଲୁଛି ମହାବଳ

mahabharatanews

ଉପକୂଳ ଅଞ୍ଚଳରେ ବୃଦ୍ଧି ପାଇବ ତାପମାତ୍ରା

mahabharatanews