ଓଡିଶା

ଖୋଲିଲା ହୀରାକୁଦର ଆଉ ୫ଟି ଗେଟ୍ 

(ହୀରାକୁଦ) :  ଖୋଲିଲା ହୀରାକୁଦର ଆଉ ୫ଟି ଗେଟ୍ । ୧୭ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ସକାଳ ୯ଟା ସୁଦ୍ଧା ଜଳସ୍ତର ୬୨୦ ଦଶମିକ ୫୮ ଫୁଟ୍ ରହିଥିଲା । ପ୍ରତି ସେକେଣ୍ଡରେ ୪ ଲକ୍ଷ ୮୮ ହଜାର ୭୩୫ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨ଲକ୍ଷ ୨୩ ହଜାର ୬୨୦ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।

ସୂଚନାନୁଯାୟୀ , ହୀରାକୁଦକୁ ଜଳ ପ୍ରବାହ କମିଛି । ୫ ଲକ୍ଷ କ୍ୟୁସେକ୍ ଥିଲା, ତାହା କମିଛି । ବାମପଟୁ ୧୧, ଦକ୍ଷିଣ ପଟୁ ୬ଟି ଗେଟ୍ ଦେଇ ବନ୍ୟାଜଳ ନିସ୍କାସିତ ହେଉଛି । ତଳମୁଣ୍ଡରେ ବହୁତ ମାତ୍ରାରେ ପାଣି କମି ଯାଇଛି । ମୁଣ୍ଡୁଳିରେ ବି ପାଣି କମି ଯାଇଛି । ଖଇରମାଳ ଠାରେ ବି ପାଣି କମି ୩.୨୦ ଲକ୍ଷ କ୍ୟୁସେକରେ ପାଣି ପ୍ରବାହିତ ହେଉଛି । ବିଶେଷକରି କଣାସ ବ୍ଲକର ଦୟା ଓ ରାଜୁଆ ନଦୀ, ମାଛଗାଁ ଦେବୀ ନଦୀ, କେନ୍ଦ୍ରାପଡ଼ାର ଲୁଣା ଓ କେରାଣ୍ଡିଆ ଅଞ୍ଚଳକୁ ବିଶେଷ ଧ୍ୟାନ ଦିଆଯାଉଛି ।

Related posts

ଜାରି ରହିଛି ପଶ୍ଚିମା ଝଡର ପ୍ରଭାବ, ସାରା ରାଜ୍ୟରେ ଘଡଘଡି ସହ ବର୍ଷା

mahabharatanews

ପୁଣି ଜଣେ ଛାତ୍ରଙ୍କୁ ରାଗିଂ

mahabharatanews

ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ଦେଶରେ ପ୍ରଶଂସନୀୟ, ପୁରସ୍କାର ଦେଲେ ପ୍ରଧାନମନ୍ତ୍ରୀ

mahabharatanews