ଓଡିଶାଦୁର୍ଘଟଣା

କାଠ ହଣୁଥିବା ବେଳେ ଗଛରୁ ପଡି ଲିଙ୍ଗରାଜ ବିଶୋଇଙ୍କ ମୃତ୍ୟୁ

କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ: କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଧୀନରେ ଥିବା କଇଁଝର ଗ୍ରାମପଞ୍ଚାୟତରେ ଏକ ଅଭାବନୀୟ ଓ ଦୁଖଦଃ ଘଟଣା ଘଟିଯାଇଛି । ସ୍ଥାନୀୟ କଇଁଝର ଗ୍ରାମର ଶ୍ରୀ ଯକ୍ଷ୍ୟ ବିଶୋଇଙ୍କ ପୁଅ ଲଙ୍କେଶ୍ୱର ବିଶୋଇ ବୟସ ୪୬ବର୍ଷ ଜାଳେଣି କାଠ ସଂଗ୍ରହ କରିବାପାଇଁ ନିକଟସ୍ଥ ଏକ ବରଗଛ ଉପରେ ଚଢି ଏକ ଶୁଖିଯାଇଥିବା ଡାଳ କୁ ହାଣୁଥିବା ସମୟରେ ଉକ୍ତ ଡାଳସହ ତଳେ ପଡ଼ି ମୃତ୍ୟୁ ବରଣ କରିଛନ୍ତି । ହାଣୁଥିବା ଶୁଖିଲା ବର ଡାଳ ଟି ଏକ ମୋଟା ଓ ବଡ଼ ଧରଣ ର ହୋଇଥିବା ଯୋଗୁଁ ତାହା ଲଙ୍କେଶ୍ୱର ଙ୍କ ମୁଣ୍ଡ ଉପରେ ପଡିବାରୁ ମୁଣ୍ଡ ଫାଟିଯାଇ ଥିବା ଦେଖିବାକୁ ମିଳିଛି । ଏଭଳି ଏକ ଦୁଃଖ ଦାୟକ ମର୍ମନ୍ତୁଦ ଦୁଃଖ ଦାୟକ ଘଟଣା ଓ ଏଭଳି ଘଟଣା କଇଁଝର ଗ୍ରାମରେ ପ୍ରଥମ ବୋଲି ଘଟଣା ସ୍ଥଳରେ ଉପସ୍ଥିତ ଥିବା ଲୋକେ କୁହା କୁହି ହେଉଥିବାର ଦେଖିବାକୁ ମିଳିଛି । ମୃତ ଲଙ୍କେଶ୍ୱର ବିଶୋଇ ଜଣେ ଅମାୟିକ ସରଳ ନିଷ୍କପଟ ବ୍ୟକ୍ତି ଥିଲେ ଓ ଜଣେ ତାପୀ ମିସ୍ତ୍ରୀ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ବର୍ତ୍ତମାନ ତାଙ୍କର ପରିବାର କହିଲେ ସ୍ତ୍ରୀ ରିତା ବିଶୋଇ (୪୦), ଝିଅ ଆଶା ବିଶୋଇ ( ୨୧), ଓ ପୁଅ ରାକେଶ ବିଶୋଇ (୧୫) ଅଛନ୍ତି । ଲିଙ୍ଗରାଜ ଙ୍କ ମୃତ୍ୟୁ ପରେ ତାଙ୍କର ଅନାଥ ପରିବାର କେମିତି ଚାଲିବ ତାଙ୍କର ସଂସାର ବୋଲି ସାଧାରଣ ରେ ଆଲୋଚନା ହେଉଛି । ଏଭଳି ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ଆପାତ୍ତ କାଳୀନ ସହାୟତା ଟିକାବାଲି ତହସିଲଦାର ଓ ଜିଲ୍ଲା ପ୍ରଶାସନ ପ୍ରଦାନ କଲେ ଅନ୍ତତଃ ଲିଙ୍ଗରାଜ ଙ୍କର ଅନ୍ତେଷ୍ଟି କ୍ରିୟା ସମାପନ ରେ ସହାୟକ ହେବ ବୋଲି ସାଧାରଣ ରେ କନ୍ଧମାଳ ଜିଲ୍ଲାପାଳ ଙ୍କ ନିକଟରେ ଅନୁରୋଧ କରିଛନ୍ତି ପରିବାର । ଲିଙ୍ଗରାଜ ଙ୍କ ମୃତ୍ୟୁରେ କଇଁଝର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Related posts

ପହଞ୍ଚିଲା  ଚତୁର୍ଥ ପର୍ଯ୍ୟାୟ ରଥକାଠ 

mahabharatanews

ଜାରକା ଠାରେ ତ୍ରିଦିବଶୀୟ ପଞ୍ଚାକୁଣ୍ଡିୟ ଶ୍ରୀ ପିତାମ୍ବରୀ ଶାକ୍ତ ମହାଯଜ୍ଞ ଆୟୋଜନ ହେବ

mahabharatanews

ଅହିଂସା ରଥ କାର୍ଯ୍ୟକ୍ରମରେ ରାଇଘର ବ୍ଲକ ପ୍ରକାଶନ ଗଣମାଧ୍ୟମକୁ ଅଣଦେଖା

mahabharatanews