ନୂଆଦିଲ୍ଲୀ: ଦେଶ ବ୍ୟାପୀ ଚତୁର୍ଥ ପର୍ୟ୍ୟାୟ ଲକଡାଉନ ମେ ୩୧ ତାରିଖ ପର୍ୟ୍ୟନ୍ତ ଜାରି ହୋଇଛି । ମେ ୩୧ ତାରିଖ ପର୍ୟ୍ୟନ୍ତ ବାଣିଜ୍ୟିକ ବିମାନ ସେବା ନିଲମ୍ବିତ ହୋଇଥିବାବେଳେ ଏୟାରଲାଇନ୍ସ କମ୍ପାନୀ ଜୁନରୁ ବିମାନ ସେବା ଆରମ୍ଭ କରିବାକୁ ବୁକିଂ ଆରମ୍ଭ କରିଛି । ମାର୍ଚ୍ଚ ୨୫ ତାରିଖରୁ ସମସ୍ତ ଘରୋଇ ଏବଂ ଅନ୍ତରାଷ୍ଟ୍ରୀୟ ବିମାନ ସେବା ମେ ୩୧ ତାରିଖ ଯାଏଁ ନିଲମ୍ବିତ ରହିଛି । ତେବେ ଘରୋଇ ବିମାନ କମ୍ପାନୀ ଜୁନରୁ ସେବା ଆରମ୍ଭ କରିବା ପାଇଁ ବୁକିଂ ଆରମ୍ଭ କରିଛନ୍ତି । ସ୍ପାଇସଜେଟ ସୂତ୍ରରୁ ପ୍ରକାଶ, କମ୍ପାନୀ ଜୁନ ୧୫ ତାରିଖରୁ ଅନ୍ତରାଷ୍ଟ୍ରୀୟ ଉଡାଣ ପାଇଁ ବୁକିଂ ଆରମ୍ଭ କରିଛି ।
ଇଣ୍ଡିଗୋ ସୂତ୍ରରୁ ଜଣାପଡିଛି ଯେ କମ୍ପାନୀ ଘରୋଇ ଉଡାଣ ପାଇଁ ବୁକିଂ ଆରମ୍ଭ କରିଛି । ତେବେ ବୁକିଂ ଆରମ୍ଭ କରିବା ପାଇଁ ସ୍ପାଇସଜେଟ, ଇଣ୍ଡିଗୋ, ବିସ୍ତାରା ଏବଂ ଗୋ ଏୟାର ତରଫରୁ କୌଣସି ଅଧିକାରୀଙ୍କ ଟିପ୍ପଣୀ ଆସିନାହିଁ । ଭାରତୀୟ ବିମାନ ଯାତ୍ରୀ ଆସୋସିଏସନ (ଏପିଏଆଇ)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁଧାକର ରେଡ୍ଡୀ ଟ୍ୱିଟ ଜରିଆରେ କହିଛନ୍ତି ଯେ, ସେମାନେ ଭାବୁଛନ୍ତି, ଇଣ୍ଡିଗୋ, ସ୍ପାଇସଜେଟ, ଗୋ ଏୟାର ଅନ୍ତରାଷ୍ଟ୍ରୀୟ ଉଡାଣ ପାଇଁ ବୁକିଂ ଆରମ୍ଭ କରିଛନ୍ତି । ସେମାନେ ଭାବୁଛନ୍ତି ଯେ ଜୁନ ୧ ତାରିଖ ସୁଦ୍ଧା ବିମାନ ପରିଚାଳନା ଆରମ୍ଭ ହେବ । ତେବେ ଏହିସବୁ ଚକ୍କରରେ ନ ପଡ଼ିବାକୁ ସେ କହିଛନ୍ତି । କାରଣ ସରକାରଙ୍କ ତରଫରୁ ସ୍ପଷ୍ଟ ନ ହେବା ଯାଏଁ ଟିକେଟ ବୁକ କରିବା ଅନୁଚିତ । ସରକାରୀ ତାରିଖ ଘୋଷଣା ନ ହେବା ଯାଏଁ ଟିକେଟ ବୁକିଂ କଲେ ଯାତ୍ରୀଙ୍କ ଟଙ୍କା ବାକି ଖାତାକୁ ଚାଲିଯିବ
previous post
