ବିଶ୍ୱ

ଗୁଜରାଟର ୭ ଜିଲ୍ଲାରେ ବନ୍ୟା ପରିସ୍ଥିତି

ଭାରତୀୟ ପାଣିପାଗ ବିଭାଗ ସବୁ ରାଜ୍ୟକୁ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି । ଗୁଜରାଟର କଥା କହିଲେ ଗତ ୩୦ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା କାରଣରୁ ୧୦ ଜଣଙ୍କର ଜୀବନ ଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବିହାର ସମେତ ୧୩ ଟି ରାଜ୍ୟରେ ପ୍ରବଳ ବର୍ଷାର ଆଶଂକା କରାଯାଇଛି । ରାଜ୍ୟର ଜୁନାଗଡ, କଚ୍ଛ, ଜାମନଗର, ବଲସାଡ, ମେହସାଣା, ସୁରତ ଓ ନବସାରୀ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ବନ୍ୟା ସ୍ଥିତି ଦେଖା ଦେଇଛି । ଏଠାରେ ବାୟୁସେନା, ଏସଡିଆରଏଫ ତରଫରୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି ।

Related posts

ଗ୍ରୀସରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି 

mahabharatanews

ରୁଷ ସୈନ୍ୟଙ୍କୁ ଇରାନ ଦେଉଛି ଡ୍ରୋନ ତାଲିମ

mahabharatanews

କ୍ଷମା ପ୍ରାର୍ଥନା କଲେ ପୁଟିନ 

mahabharatanews