Uncategorized

ନୀଳାଦ୍ରି ଅବଢା ପାଇଁ ସକାଳୁ ଭକ୍ତଙ୍କର ଲମ୍ବା ଲାଇନ

ପୁରୀ: ସରିଛି ମହାବାହୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ୧୨ଦିନର ଲୀଳାଖେରା ସାରି ଶ୍ରୀମନ୍ଦିରକୁ ଫେରିଛନ୍ତି ଶ୍ରୀଜିଉ । ଏବେ ରତ୍ନସିଂହାସନରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂରତି । ଏହା ସହ ଆଜି ଭକ୍ତ ମାନେ ନୀଳାଚଲ ଅବଢା ପାଇଛନ୍ତି । ସେଥିପାଇଁ ଆଜି ସକାଳୁ ଭକ୍ତଙ୍କର ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ଆଜି ଠରୁ ଦୈନନ୍ଦିନ ପରି ମହାପ୍ରଭୁଙ୍କର ନୀତି ଶ୍ରୀମନ୍ଦିରରେ ଆରମ୍ଭ ହୋଇଯାଇଛି । ଏପଟେ ଘୋଷଯାତ୍ରା ସରିଥିବାରୁ ରଥ ଫିଟାଇବା କାମ ଆରମ୍ଭ ହୋଇଛି । ଗତକାଲି ପହଣ୍ଡି ଶେଷ ପରେ ବିଳମ୍ବିତ ରାତିରେ ରୁନ୍ଧା କାର୍ଯ୍ୟ ଶେଷ କରାଯାଇଥିଲା । ଭୋରରୁ କୋଠସୁଆସିଆଁ ଚାରମାଳ ଖୋଲିଥିଲେ । ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ଅବକାଶ ଓ ଅନ୍ୟାନ୍ୟ ନୀତି ପରେ ଗୋପାଳବଲ୍ଳଭ ଭୋଗ ବଢି ବାହାରିଛି ନୀଳାଚଳ ଅବଢା ।

Related posts

ଜାତୀୟ ରାଜଧାନୀର ସମସ୍ତ ଦୋକାନ, ମଲ ବନ୍ଦ

mahabharatanews

ଲକ୍ଷେ୍ନøରେ ଆରୋଗ୍ୟ ମେଳା ଉଦଘାଟିତ

mahabharatanews

ଡ୍ରଗ୍ସ ଲିଙ୍କରେ ଯୋଡ଼ିହୋଇଛନ୍ତି ଦୀପିକା

mahabharatanews