ପୁରୀ: ଅନନ୍ୟ ସେ ନିଳାଦ୍ରୀଶ, ଅନନ୍ୟ ତାଙ୍କ ଲୀଳା ଖେଳା । ତାଙ୍କ ଲୀଳାର ଆଦି ନାହିଁ କି ନାହିଁ ଅନ୍ତ । ସମୟ ସମୟରେ ସେ ତାଙ୍କ ଉପସ୍ଥିତିର ପ୍ରମାଣ ଦେଇ ଭକ୍ତର ବିଶ୍ୱାସକୁ ଆହୁରି କରିଥ।।ନ୍ତି ସୁଦୃଢ । ସେମିତି ମହାପ୍ରଭୁଙ୍କ ଏକ ଲୀଳା ଗତକାଲି ବଡଦାଣ୍ଡରେ ଦେଖିବାକୁ ମାଳିଛି । ତେର ଦିନର ଗୁଣ୍ଡିଚା ଯାତ୍ରା ଅନ୍ତ ହୋଇଥିବା ବେଳେ ଏକ ଅଲୌକିକ ଘଟଣା ଭକ୍ତ ଜନକୁ ବିମୋହିତ କରିଛି ।
ଶୁକ୍ରବାର ମହାବାହୁ ବଡ଼ଭାଇ ବଳଭଦ୍ର ଓ ସାନ ଉଭଣୀ ମା’ ସୁଭଦ୍ରାଙ୍କ ସହ ରତ୍ନବେଦିକୁ ବିଜେ କରିଛନ୍ତି। ପ୍ରଥମେ ସୁଦର୍ଶନଙ୍କ ପରେ ବଡଠାକୁର ବଳଭଦ୍ର ଓ ଭଉଣୀ ସୁଭଦ୍ରା ଦେବୀ ରଥରୁ ରତ୍ନବେଦିରେ ବିଜେ କରିଥିଲେ । ଶେଷରେ ମହାବାହୁ ନନ୍ଦିଘୋଷରୁ ଓହ୍ଲାଇ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ ସେବାୟତଙ୍କ ଗହଣରେ । ମହାବାହୁଙ୍କ ରଥାବତରଣ ପରେ ସିଂହାସନ ଆରୋହନ କରିବା ପରେ ସେବାୟତ ନୀତିକାନ୍ତି ସାରି ଦେଖନ୍ତି ନନ୍ଦିଘୋଷରୁ ଅରୁଣସ୍ତମ୍ଭ ପର୍ଯ୍ୟନ୍ତ ପାଦ ଚିହ୍ନ ପଡିଛି । ଏହା ଦେଖି ସେଠାରେ ଲୋକ ଗହଳି ହୋଇଯାଇଥିଲା । ହଳଦି ରଙ୍ଗର ପାଦଚିହ୍ନ ମହାବାହୁ ଯାଇଥିବା ପଥରେ ସ୍ପଷ୍ଟ ଦୃଶ୍ୟମାନ ହେଉଥିଲା । ଏହି ଅଲୌକିକ ଘଟଣାରେ ଭକ୍ତଗଣ ଭାବ ବିହ୍ୱଳ ହୋଇଯାଇଥିଲେ । ଅନ୍ୟ ରଥରୁ ଏପରି ପାଦ ଚିହ୍ନ ପଡିନଥିବା ବେଳେ ନନ୍ଦିଘୋଷରୁ ମହାପ୍ରଭୁଙ୍କ ରତ୍ନବେଦୀକୁ ଯିବା ପରେ ଏହି ପାଦଚିହ୍ନକୁ ନେଇ ଚର୍ଚ୍ଚା ଜୋର ଧରିଛି ।
