ଓଡିଶା

କୋଣାର୍କ ବନଖଣ୍ଡ ପକ୍ଷରୁ ଜଙ୍ଗଲ ସୁରକ୍ଷା ବନ୍ୟଜନ୍ତୁ ସ°ରକ୍ଷଣ ଅଭିଯାନ

କୋଣାର୍କ ବନଖଣ୍ଡ ଅଧିନରେ ଥିବା ସମସ୍ତ ବିଦ୍ୟାଳୟ ଓ ଆଖପାଖ ୭ଟି ପଞ୍ଚାୟତରେ ଦୁଇଦିନିଆ ଜଙ୍ଗଲ ସୁରକ୍ଷା ଯଥା ନିଆଁ ନଲାଗିବା ନେଇ ସଚେତନତା ରଥ ବୁଲିବା ସହ ଘୋଡା ନାଚ ମାଧ୍ୟମରେ ବିଦ୍ୟାଳୟରେ ଓ ଗାଁ ଗାଁରେ  କରାଯାଇଛି ସଚେତନତା।ଏଥିରେ ଜାତୀୟ ସବୁଜ ବାହିନୀ ପାଇଥିବା ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏବେ ପ୍ରବଳ ଖରା ସାଙ୍ଘକୁ ଗୁଳୁଗୁଳି ହୋଉଥିବାରୁ ଅଭୟାରଣ୍ୟ ରେ ରହୁଥିବା ଜୀବଜନ୍ତୁ ଗାଁ ମୁଖା ହେଉଛନ୍ତି।ସମସ୍ତ ଗଛପତ୍ର ସୁଖିଲା ପଡିଛି। ଯଦି ଜଙ୍ଗଲ ମଧ୍ୟରେ କୌଣସି ବଣଭୋଜି କରିବା ସମୟରେ ନିଆଁ ଲାଗିଯାଏ।

ଅଭୟାରଣ୍ୟରେ ଥିବା ଜୀବଜନ୍ତୁ ଜୀବନ ପ୍ରତି ବିପଦ ପଡିବା ସହ ପରିବେଶ ପ୍ରଦ୍ୟୁଷଣ ହେବ ଏହା ଫଳରେ କୋଣାର୍କ ବନଖଣ୍ଡ ରେ ଯାଉଥିବା ୭ଟି ପଞ୍ଚାୟତ ସହ କୋଣାର୍କ NAC ଉପରେ ଏହାର ପ୍ରଭାବ ପଡିବ। ଏହା କିପରି ରୋକାଯିବ ସେଥିପାଇଁ ଆଜିଠାରୁ ଦୁଇଦିନିଆ ଜଙ୍ଗଲ ସୁରକ୍ଷା ସଚେତନତା ରଥ ବୁଲିବା ସହ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଅଭିଭାବକ ଓ ବିଭିନ୍ନ ଗାଁ ଗାଁରେ ଲୋକମାନଙ୍କୁ ଘୋଡା ନାଚ ମାଧ୍ୟମରେ ସଚେତନତା କରାଯାଇଛି। ଆଜି ପୁରୀ ବନଖଣ୍ଡ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ କୋଣାର୍କ ବନଖଣ୍ଡ ଅଧିକାରୀ ସୁଦର୍ଶନ ଦେହୁରି ଜାତୀୟ ସବୁଜ ବାହିନୀ କର୍ମକର୍ତ୍ତା ସହ କୋଣାର୍କ ବନଖଣ୍ଡ ର ସମସ୍ତ କର୍ମକର୍ତ୍ତା ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଶେଷରେ ନିଆଁକୁ କିପରି ଜଙ୍ଗଲରେ ଲଗାଇବେ ନାହିଁ କି ଜଙ୍ଗଲ ନଷ୍ଟ କରିବେ ନାହିଁ ସେଥିପାଇଁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସପଥ ପାଠ କରାଯାଇଥିଲା।

Related posts

ସାମାଜିକ ଦୂରତା ଅବଲମ୍ବନ କରି ଶ୍ରମିକ ଦିବସ ପାଳନ

mahabharatanews

ତୁରନ୍ତ ଫି ଛାଡ଼ କରିବା ସହ ସମୟ ସୀମା ବଢାଇବାକୁ ଛାତ୍ର କଂଗ୍ରେସର ଦାବି

mahabharatanews

ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କୁ ଆଦର୍ଶ ଯୁବ ବିଧାୟକ ସମ୍ମାନ

mahabharatanews