ଓଡିଶା

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀ 

(ଭୁବନେଶ୍ୱର) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀ । ଓଡ଼ିଶା ଗସ୍ତ ଅବସରରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ପୂର୍ବତନ କ୍ରିକେଟର ତଥା ଭାରତୀୟ କ୍ରିକେଟ ର ପୂର୍ବତନ ହେଡ୍ କୋଚ୍ ରବି ଶାସ୍ତ୍ରୀ। ସେହିପରି ରବି ଶାସ୍ତ୍ରୀଙ୍କୁ ଭେଟି ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ।

ସୂଚନାନୁଯାୟୀ , ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସହ ଆଲୋଚନା କରିଥିଲେ ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀ । ରାଜ୍ୟରେ କ୍ରିକେଟ ଖେଳର ବିକାଶ ନେଇ ରବି ଶାସ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ଓ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସେହିପରି ଓଡ଼ିଶାରେ କ୍ରୀଡ଼ାର ବିକାଶ ନେଇ ଉନ୍ନତମାନର ଭିତ୍ତିଭୂମି ଗଠନକୁ ଉଚ୍ଚ ପ୍ରଶଂସା କରିଛନ୍ତି ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀ। ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ଏକ ଏମଓୟୁ ସାଇନିଂ କାର୍ଯ୍ୟକ୍ରମରେ ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ କହିଛନ୍ତି ଖୁବଶୀଘ୍ର ଭାରତୀୟ କ୍ରିକେଟ ଦଳରେ ନଜର ଆସିବେ ଓଡ଼ିଆ ଖେଳାଳି । ରବି ଶାସ୍ତ୍ରୀଙ୍କ ସହ ପୂର୍ବତନ ଭାରତୀୟ ବୋଲିଂ କୋଚ୍ ଭରତ ଅରୁଣ, ଫିଲ୍ଡିଂ କୋଚ୍ ଆର ଶ୍ରୀଧର ଏବଂ ପୂର୍ବତନ ବୋଲର କଭେଙ୍କଟପତି ରାଜୁ ମଧ୍ୟ ଏହି କୋଚିଂ ପ୍ୟାନେଲର ସଦସ୍ୟ ଅଛନ୍ତି । ଏହି ଏକାଡେମୀର କୋଚିଂ କାର୍ଯ୍ୟକ୍ରମ ଚଳିତବର୍ଷ ଏପ୍ରିଲ ମାସରୁ ଆରମ୍ଭ ହେବାକୁ ଯାଉଛି ।

Related posts

ମହାପ୍ରଭୁଙ୍କ ନିକଟରେ ସମୁହ ଦୀପ ଦାନ

mahabharatanews

ନଦୀରେ ଓଲଟିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

mahabharatanews

ମୃତ ଶିଶୁ ଜନ୍ମକୁ ନେଇ ହସ୍ପିଟାଲରେ ଉତ୍ତେଜନା

mahabharatanews