ଭାରତସ୍ୱାସ୍ଥ୍ୟ

ହସ୍ପିଟାଲରେ ଭର୍ତ୍ତିହେଲେ ଆଇପିଏଲ୍‌’ର ପୂର୍ବତନ ମୁଖ୍ୟ ଲଳିତ ମୋଦୀ

ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତିହେଲେ ‘ଆଇପିଏଲ୍‌’ର ପୂର୍ବତନ ମୁଖ୍ୟ ଲଳିତ ମୋଦୀ । କରୋନା ସଂକ୍ରମଣ ଓ ନିମୋନିଆଦ୍ବାରା ଆକ୍ରାନ୍ତ ହେବାରୁ ‘ଆଇପିଏଲ୍‌’ର ପୂର୍ବତନ ମୁଖ୍ୟ ଲଳିତ ମୋଦୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେ ‘ଏକ୍ସଟର୍‌ନାଲ୍‌ ଅକ୍ସିଜେନ୍‌ ସପୋର୍ଟ’ରେ ଅଛନ୍ତି ବୋଲି ନିଜେ ସୂଚନା ଦେଇଛନ୍ତି। ସେ ନିଜ ଇନଷ୍ଟାଗ୍ରାମ୍ ରେ ପୋଷ୍ଟ କରିଛନ୍ତି ଯେ ଦୁଇ ସପ୍ତାହରେ ସେ ଦୁଇଥର କୋଭିଡ୍‌-୧୯ଦ୍ବାରା ସଂକ୍ରମିତ ହୋଇଛନ୍ତି। ଖୁବ୍‌ ‌ଜୋର୍‌ରେ ନିମୋନିଆ ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଟୁଇଟ୍‌ କରି ଶୁକ୍ରବାର ଦିନ ମୋଦୀ ଲେଖିଥିଲେ, ଇନ୍‌ଫ୍ଲୁଏଞ୍ଜା ଏବଂ ଖୁବ୍‌ ଜୋର୍‌ ନିମୋନିଆ ସହିତ ୨ ସପ୍ତାହରେ ଦୁଇଥର କୋଭିଡ୍‌ଦ୍ବାରା ଆକ୍ରାନ୍ତ ହୋଇ ଜେଲ୍‌ରେ ରହିବାର ୩ ସପ୍ତାହ ପରେ ଅନେକ ବାର ଚେ‌ଷ୍ଟା କରି ଆସି ପାରି ନ ଥିଲି। ଶେଷରେ ୨ଜଣ ଡାକ୍ତରଙ୍କ ସଙ୍ଗେ ଏୟାର୍‌ ଆମ୍ବୁଲାନ୍‌ସ୍‌ ଯୋଗେ ଲଣ୍ଡନ୍‌ରେ ଅବତରଣ କଲି। ଲଣ୍ଡନରେ ସୁପରଷ୍ଟାର୍‌ ତଥା ସୁଦକ୍ଷ ପୁଅ ମୋ ପାଇଁ ବହୁତ କିଛି କଲା। ବିମାନ ଯାତ୍ରାରେ ବାଧା ହୋଇନାହିଁ। କିନ୍ତୁ, ଦୁଃଖର ବିଷୟ ୨୪ ଘଣ୍ଟା ବାହ୍ୟ ଅକ୍ସିଜେନ୍‌ରେ ରହିଛି। ସମସ୍ତଙ୍କ ନିକଟରେ ମୁଁ କୃତଜ୍ଞ। ସେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ସମୟର ଫଟୋଟିଏ ବି ସେୟାର୍‌ କରିଛନ୍ତି।

Related posts

କେଦାରନାଥରେ ୩୪ କୋଟିର ପ୍ରକଳ୍ପ ଉଦ୍ଘାଟନ କଲେ ମୋଦି

mahabharatanews

କ୍ଷେପଣାସ୍ତ୍ର ମାଡ଼ରେ ଜଣେ ଭାରତୀୟ ନିହତ

mahabharatanews

ଆଜି ତେଲେଙ୍ଗାନା ନିର୍ବାଚନ; ଲାଇନରେ ସାଉଥ୍‌ ସୁପର୍‌ଷ୍ଟାର୍

mahabharatanews