ଓଡିଶା

ଏଣିକି  ରାତିରେ ଡ୍ରାଇଭରଙ୍କୁ ମିଳିବ ମାଗଣା ଚା

(ଭୁବନେଶ୍ୱର) : ଏଣିକି  ରାତିରେ ଡ୍ରାଇଭରଙ୍କୁ ମିଳିବ ମାଗଣା ଚା’ । ସେମାନଙ୍କୁ ଚା ପରଷିବେ ଢାବା ଓ ହୋଟେଲ । ଏନେଇ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାନୁଯାୟୀ , ରାଜ୍ୟରେ ସଡ଼କ ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗ ଏଭଳି ଅଭିନବ ଉପାୟ ଆପଣାଇଛି । ରାତି ଅନିଦ୍ରା ହେଉଥିବା ଟ୍ରକ୍ ଚାଳକଙ୍କୁ ରାସ୍ତାକଡ଼ରେ ଥିବା ଢାବା ଓ ହୋଟେଲ ମାଗଣା ଚା’ ପରଷିବେ । କେବଳ ଚା’ ନୁହେଁ, ସେହି ହୋଟେଲ ଓ ଢାବାରେ ବିଶ୍ରାମ କରିପାରିବେ ଡ୍ରାଇଭର । ଏଥିପାଇଁ ଜିଲ୍ଲା ସ୍ତରରେ ହୋଟେଲ ଓ ଢାବା ଚିହ୍ନଟ ହେବ । ସେଠାରେ ଡ୍ରାଇଭରମାନଙ୍କୁ ମାଗଣାରେ ଚା ମିଳିବ । ଚା’ ବାବଦକୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ପରିବହନ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି ।

Related posts

ଲେନ୍ସ ସାମ୍ନାରେ ବିଜେଡି ନେତାଙ୍କ ଜବରଦସ୍ତ ଆକ୍ଟିଂ!

mahabharatanews

ମଧୁସ୍ମିତା ଆଚାର୍ଯ୍ୟ କଂଗ୍ରେସର ମେୟର ପ୍ରାର୍ଥୀ

mahabharatanews

ବଢୁଛି ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା , ପୁଣି ଜଣେ ମୃତ

mahabharatanews