ଓଡିଶା

ଅନ୍ଧାରରେ ଦୀର୍ଘ ୯ ମିନିଟ ପର୍ଯ୍ୟନ୍ତ ଭାଷଣ ଦେଲେ ମହାମହିମ ରାଷ୍ଟ୍ରପତି

ବ୍ୟୁରୋ : ରାଷ୍ଟ୍ରପତି ଭାଷଣ ଦେଲା ବେଳେ ଚାଲିଗଲା ବିଦ୍ୟୁତ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାଷଣ ଦେଲା ବେଳେ ଏଭଳି ପରିସ୍ଥିତି ଉପୁଜିଛି । ଫଳରେ MSCBU ସମାବର୍ତ୍ତନ ଉତ୍ସବରେ ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତି । ଭାଷଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ବିଜୁଳି ଚାଲିଯାଇଥିଲା । ତେବେ ପୋଡ଼ିୟମରେ ଜଳୁଥିବା କ୍ଷୀଣ ଲାଇଟରେ ଭାଷଣ ଦେଲେ ରାଷ୍ଟ୍ରପତି । ସାରା ହଲ୍ ଅନ୍ଧାରରେ ଥିବା ବେଳେ ଭାଷଣ ଦେଲେ ।ହଲରେ ପୂରା କିଟିକିଟି ଅନ୍ଧାରରେ ବସିରହିଲେ ନିମନ୍ତ୍ରିତ ଅତିଥି । ପ୍ରାୟ ୯ ମିନିଟ ପରେ ଜେନେରେଟର ଦ୍ୱାରା ବିଜୁଳି ପୁନର୍ବାହାଲ ହୋଇଥିବା ସୂଚନା ମିଳିଛି । ତେବେ ଏଭଳି ଦାୟିତ୍ୱହୀନତା ପାଇଁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସେପଟେ ଏହି ଅନ୍ଧାର ହେବାକୁ ନେଇ ସ୍ୱୀକାର କରିଛି ସୂଚନା ଓ ଲୋକ ସଂପର୍କ ବିଭାଗ । ରାଷ୍ଟ୍ରପତିଙ୍କ ଭାଷଣ ବେଳେ ୯ ମିନିଟ ଅନ୍ଧାର ହୋଇଥିବା ନେଇ ମାନିଛି ବିଭାଗ । ଦିନ ୧୧ଟା ୫୬ରୁ ୧୨ଟା ୦୫ ପର୍ୟ୍ୟନ୍ତ ବିଜୁଳି ନଥିବା କଥା ସ୍ୱୀକାର କରିଛି । ବିଜୁଳି ନଥିବାରୁ ସାରା ଅଡିଟୋରିୟମ ଅନ୍ଧାର ଥିବା ବେଳେ ରାଷ୍ଟ୍ରପତି ପୋଡିୟମ ଲାଇଟ୍‌ରେ ଭାଷଣ ଜାରି ରଖିଥିଲେ। ଏଭଳି ଅନିଚ୍ଛାକୃତ ତ୍ରୁଟି ପାଇଁ I &PR ବିଭାଗ ଦୁଃଖ ପ୍ରକାଶ କରିଛି |

Related posts

ଆଉ ୨ ମାସ ରହିବ ସଂକ୍ରମଣ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

mahabharatanews

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି 

mahabharatanews

ରେଳ ଓଭର ବ୍ରିଜ ନିର୍ମାଣ କରିବାକୁ  ବିଧାୟକ ସୁଶାନ୍ତ ରାଉତଙ୍କ ଚିଠି

mahabharatanews

Leave a Comment