ନୂଆଦିଲ୍ଳୀ: ମାତ୍ର ୬୦ ଟଙ୍କା । ଆଜିକା ଦିନରେ ଏହି ଟଙ୍କାରେ ଗୋଟେ ଓଳି ଖାଇ ବଞ୍ଚିବା ବି କଷ୍ଟ । କିନ୍ତୁ ଏହି ଟଙ୍କା ପାଇଁ ଜଣେ ସାଙ୍ଗ ଭୁଲି ଯାଇଛି ବନ୍ଧୁତ୍ୱର ଅର୍ଥ । ହଜେଇ ବସିଛି ମାନବିକତା । ବନ୍ଧୁତ୍ୱର ସମ୍ପର୍କରେ କଳଙ୍କ ଲଗାଇ ପାଲଟି ଯାଇଛି ଅପରାଧୀ । ଘଟଣାଟି ଘଟିଯାଇଛି ଉତ୍ତରପ୍ରଦେଶର ହମିରପୁରରେ । ମାତ୍ର ୧୧ ବର୍ଷର ଜଣେ ଶିଶୁକୁ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।
ଏହି ଅଞ୍ଚଳର ଏକ ବୁଦା ମୂଳରୁ ଜଣେ ନାବାଳକର ମୃତଦେହ ଠାବ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବାରୁ ଏହା ଏକ ହତ୍ୟା ବୋଲି ଜାଣିବାକୁ ପାଇଥିଲା । ତେବେ ହତ୍ୟାର କାରଣ ଏବଂ ହତ୍ୟାକରୀ ସମ୍ବନ୍ଧରେ ଜାଣିବା ପରେ ପୋଲିସ ସମେତ ଅନ୍ୟ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ମାତ୍ର ୬୦ ଟଙ୍କା ପାଇଁ ମୃତକର ଜଣେ ସାଙ୍ଗ ତାକୁ ହତ୍ୟା କରି ଫିଙ୍ଗି ଦେଇଥିଲା । ହତ୍ୟାକାରୀର ବୟସ ହେଉଛି ମାତ୍ର ୧୩ ବର୍ଷ । ତେଣୁ ତାକୁ ଗିରଫ ପରେ ବାଳ ସୁଧାର ଗୃହକୁ ପଠାଯାଇଛି । ଗିରଫ ପରେ ହତ୍ୟାର କାରଣ ସହ ଘଟଣା ସମ୍ପର୍କରେ ପୋଲିସକୁ ସବୁ ସତକଥା କହିଛି ଅଭିଯୁକ୍ତ ।
ଆମର ୪ ମାସର ବନ୍ଧୁତା । ଦିନେ ପରିବାର ସଦସ୍ୟମାନେ ସାମଗ୍ରୀ ଆଣିବା ପାଇଁ ୬୦ ଟଙ୍କା ଦେଇଥିଲେ । ମୁଁ ସାଙ୍ଗମାନଙ୍କ ସହିତ ଜୁଆରେ ତାକୁ ହରାଇଦେଇଥିଲି । ମୋତେ ଘରେ ସାମଗ୍ରୀ ନେବାର ଥିଲା । ତେଣୁ ଭୟ କରି ମୁଁ ୬୦ ଟଙ୍କା ଧାର ନେଇଥିଲି । ହେଲେ ସେ ଟଙ୍କା ଫେରସ୍ତ ସମୟରେ ଆମ ଦୁହିଁଙ୍କ ମଧ୍ୟରେ ଜୋରଦାର ଯୁକ୍ତିତର୍କ ହୋଇଥିଲା । ମୁଁ ରାଗରେ ତାଙ୍କୁ ଜଙ୍ଗଲ ଆଡକୁ ନେଇଗଲି, ଯେଉଁଠାରେ ହତ୍ୟା କରି ଫିଙ୍ଗିଦେଇଥିଲି ବୋଲି କହିଛି ଗିରପ ହୋଇଥିବା ଅଭିଯୁକ୍ତ ।
previous post
next post
