ଓଡିଶା

ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ଆସିବ ଆଳୁ

ଭୁବନେଶ୍ବର: ରାଜ୍ୟ ରାଜନୀତିରେ ଆଳୁ ଚର୍ଚ୍ଚା । ରାଜ୍ୟ ପାଇଁ ଆଳୁ କେଉଁଠୁ ଆସିବ । ଆଳୁକୁ ନେଇ ଏବେ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ରାଜ୍ୟକୁ ଆଳୁ ଯୋଗାଉଥିବା ପଶ୍ଚିମବଙ୍ଗ ସରକାରଙ୍କ ମନମାନି ଯୋଗୁଁ, ଆଳୁ ଆଣିବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ଭରସା କରିଥିଲା ଓଡିଶା । ହେଲେ ଯାହା ଲାଗୁଛି ଉତ୍ତରପ୍ରଦେଶ ସରକାର ବି ଓଡିଶା ଆବଶ୍ୟକ କରୁଥିବା ଆଳୁ ଯୋଗାଇ ନପାରନ୍ତି । ଏଥିପାଇଁ ପଡୋଶୀ ରାଜ୍ୟ ପଞ୍ଜାବର ସହାୟତା ଲୋଡିବ ଓଡିଶା । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଉତ୍ତରପ୍ରଦେଶ ପରେ ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ଆଳୁ ମଗାଯିବ। ଉତ୍ତର ପ୍ରଦେଶ ଆଳୁ ଶୀଘ୍ର ପଚିଯିବା କଥା ମିଛ ଆଲୋଚନା ହେଉଛି ବୋଲି ମନ୍ତ୍ରୀ କହିଛନ୍ତି । ଓଡ଼ିଶାରେ ୟୁପି ଆଳୁ ବିକ୍ରି ହେଲାଣି, ଯାହାର କ୍ୱାଲିଟି ବହୁତ ଭଲ। ପଶ୍ଚିମବଙ୍ଗ ବ୍ଲାକମେଲ୍‌ର ଶିକାର ନହୋଇ ସ୍ୱାଭିମାନକୁ ଦେଖିଲୁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।

ଆଳୁକୁ ନେଇ ପଶ୍ଚିମବଙ୍ଗ ସରକାର ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି କରିବା ସହ ମନମୁଖୀ କାର୍ଯ୍ୟ କରୁଛନ୍ତି। ଯାହାପରେ ଉତ୍ତରପ୍ରଦେଶରୁ ରାଜ୍ୟକୁ ଆଳୁ ଆଣିବାର ନିଷ୍ପତ୍ତି ହେବାପରେ କିଛିଦିନ ପୂର୍ବରୁ ସେଠାରୁ କିଛି ଟ୍ରକ ଭର୍ତ୍ତି ଆଳୁ ଆସି ଓଡିଶାରେ ପହଞ୍ଚିଛି ଏବଂ ଆଗାମୀ ଦିନରେ ଆହୁରି ଅଧିକ ଗାଡ଼ି ଆସିବ। ଏହା ଦ୍ୱାରା ଧୀରେ ଧୀରେ ପଶ୍ଚିମବଙ୍ଗ ଉପରେ ଆଳୁକୁ ନେଇ ନିର୍ଭରଶୀଳତା ହ୍ରାସ ପାଇବ । ଏଥି ନିମନ୍ତେ ଉତ୍ତରପ୍ରଦେଶ ସରକାର ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ମନ୍ତ୍ରୀ କହିଥିଲେ। ହେଲେ ଆଜି ଉତ୍ତରପ୍ରଦେଶରୁ ଆସୁଥିବା ଆଳୁ ନିଅଣ୍ଟ ହୋଇପାରେ ବୋଲି ଇଙ୍ଗିତ କରିଛନ୍ତି ମନ୍ତ୍ରୀ । ଯଦି ଆବଶ୍ୟକ ପଡେ, ତାହେଲେ ପଞ୍ଜାବରୁ ଆଳୁ ମଗାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Related posts

ସାହରପଡା ବନାଞ୍ଚଳରୁ ଲକ୍ଷାଧିକ ଟଙ୍କାର ଶାଳକାଠ ଜବଦ

mahabharatanews

ବିରତି ପରେ ଆଜି ଚାଲିବ ଗୃହ 

mahabharatanews

୪ ଦିନ ବିଳମ୍ବରେ ଆସିବ ମୌସୁମୀ

mahabharatanews