ଓଡିଶାଭାରତ

ଗଗନୟାନ ମିଶନରେ ଓଡ଼ିଶାର ଅବଦାନ 

(ଦିଲ୍ଲୀ) : ଚନ୍ଦ୍ରୟାନ ଓ ଆଦିତ୍ୟର ସଫଳତା ପରେ ଏବେ ମହାକାଶକୁ ଯାତ୍ରା କରିବାକୁ ପ୍ରସ୍ତୁତି ଚଳାଇତି ଇସ୍ରୋ । ଯାହାର ନା ହେଉଛି  ଗଗନୟାନ । ଏହାଦ୍ୱାରା ମହାକାଶ ମିଶନ ଜରିଆରେ ମହାକାଶ ଯାତ୍ରୀଙ୍କୁ ମହାକାଶକୁ ନେଇ ଯିବ । ଇସ୍ରୋର ଗଗନାୟନ ମିଶନରେ ମହାକାଶଯାତ୍ରୀମାନେ ପୃଥିବୀ ଠାରୁ ୪୦୦  କିଲୋମିଟର ଉପରକୁ ମହାକାଶକୁ ଯାତ୍ରା କରିପାରିବେ ।

ସୂଚନାନୁଯାୟୀ ,  ଏଥିପାଇଁ ଇସ୍ରୋ ଭାରତୀୟ ବାୟୁସେନାରୁ ମହାକାଶଯାତ୍ରୀଙ୍କୁ ବଛାଯିବ । ଚଳିତ ବର୍ଷ ଶେଷ ସୁଦ୍ଧା କିମ୍ବା ୨୦୧୪  ଆରମ୍ଭରୁ ଏହି ମିଶନ ହେବା ନେଇ ଯୋଜନା ରହିଛି । ଚନ୍ଦ୍ରଯାନ ଓ ଆଦିତ୍ୟ L1 ଭଳି ଏହି ଗଗନୟାନ ପ୍ରୋଜେକ୍ଟ ପାଇଁ ଓଡ଼ିଶାର ଅବଦାନ ରହିଛି । ଗଗନୟାନରେ ଲାଗିବ ଓଡିଶା ସିଟିଟିସିରେ ନିର୍ମାଣ ହୋଇଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ । ଗଗନୟାନ ପ୍ରୋଜେକ୍ଟ ପାଇଁ ଯନ୍ତ୍ରାଂଶ ନିର୍ମାଣ ନିର୍ଦ୍ଦେଶ ପାଇବା ପରେ କାମରେ ଲାଗିଛନ୍ତି ଭୁବନେଶ୍ୱର ସିଟିଟିସିର ୧୨୦ ଜଣ କର୍ମଚାରୀ । ଏହି ସିଟିଟିସିରେ ନିର୍ମାଣ ହେଉଛି ପାଖାପାଖି ୧୨୫୦୦ ଛୋଟରୁ ବଡ଼ ଯନ୍ତ୍ରାଂଶ ।

Related posts

ଟ୍ରକ-ଡମ୍ପର ମୁହାଁମୁହିଁ ଧକ୍କା, ଡ୍ରାଇଭର ମୃତ

mahabharatanews

ଆଇସକ୍ରିମ ଦେଇ ୩ ଶିଶୁଙ୍କ ସହ ପାଶବିକ ଅତ୍ୟାଚାର

mahabharatanews

ଆଜି ପୁଣି ନିରାଶ ପାଠକ ବାପା ପୁଅ

mahabharatanews