ଖେଳ

ସୌରଭ ହସ୍ପିଟାଲରୁ ଡିସଚାର୍ଜ

କୋଲକାତା: ପୂର୍ବତନ କ୍ରିକେଟ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୁସ୍ଥ ହୋଇ ଘରକୁ ଫେରିଲେ । ଶନିବାରଠାରୁ ସେ କୋଲକାତାର ଉଡଲ୍ୟାଣ୍ଡ ହସ୍ପିଟାଲରେ ହୃଦଘାତ ପରେ ଚିକିତ୍ସିତ ହୋଇଆସୁଥିଲେ । ଗାଙ୍ଗୁଲିଙ୍କ ହୃତପିଣ୍ଡରେ ଥିବା ୩ଟି ବ୍ଲକେଜ ମଧ୍ୟରୁ ଗୋଟିଏ ୯୦ ପ୍ରତିଶତ ଥିବାରୁ ସେଥିରେ ଷ୍ଟେନ ଲଗାଯାଇଛି । ସୌରଭ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି ଓ ସେ ସୁସ୍ଥ ଥିବା ଜଣାଇଛନ୍ତି ।
ଶନିବାର ଦିନ ସେ ତାଙ୍କ ନିୟମିତ ବ୍ୟାୟାମ କରୁଥିବା ବେଳେ ତାଙ୍କୁ ହୃଦଘାତ ହୋଇଥିଲା । ସଙ୍ଗେ ସେଙ୍ଗ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କୋଲକାତାର ଉଡଲ୍ୟାଣ୍ଡ ହସ୍ପିଟାଲରେ ଚିକିତ୍ସିତ ହୋଇ ଆସୁଥିଲେ ।

Related posts

ନକଲି ନୋଟ ଦେଇ ଫସିଲେ ଯୁବକ

mahabharatanews

ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ପାଇଁ କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବସ୍ ସେବା

mahabharatanews

ଘରୋଇ ପ୍ରତିଯୋଗିତା ଗୁଡ଼ିକର ପୁରସ୍କାର ରାଶି ବୃଦ୍ଧି କଲା ବିସିସିଆଇ

mahabharatanews