ଓଡିଶା

ଜାତୀୟ କୃମି ନିରାକରଣ ସପ୍ତାହ ଅବସରରେ ଜିଲ୍ଲାରେ କୃମି ଔଷଧ ବିତରଣ

(ରଜନୀକାନ୍ତ ପାତ୍ର/ଗଞ୍ଜାମ): ଗଞ୍ଜାମ ଜିଲ୍ଲାରେ ଚଳିତ ମାସ ୨୧ ତାରିଖ ଠାରୁ ୨୬ ତାରିଖ ପର୍ୟ୍ୟନ୍ତ କୃମି ନିରାକରଣ ନିମନ୍ତେ ଔଷଧ ବିତରଣ କରାଯିବ । ଜାତୀୟ କୃମି ନିରାକରଣ ସପ୍ତାହ ପାଳନ ଅବସରରେ ଜିଲ୍ଲାର ସମସ୍ତ ଘରକୁ ଘର ବୁଲି ଆଶା ଓ ଅଙ୍ଗନଓ୍ବାଡି କର୍ମୀ ମାନଙ୍କ ଜରିଆରେ ଏକ ବର୍ଷ ଠାରୁ ଆରମ୍ଭ କରି ୧୯ ବର୍ଷ ପର୍ୟ୍ୟନ୍ତ ପିଲା ମାନଙ୍କୁ ଔଷଧ ସେବନ ନିମନ୍ତେ ଦିଆଯିବ । ଏଥି ସକାଶେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ସମସ୍ତେ ଯତ୍ନବାନ ସହ ଏହି କାର୍ୟ୍ୟକୁ ସଫଳ କରିବାପାଇଁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଜାତୀୟ ସ୍ବାସ୍ଥ୍ୟ ମିଶନର ପ୍ରୋଗ୍ରାମ ମ୍ୟାନେଜର ଶ୍ୟାମ ସୁନ୍ଦର ତ୍ରିପାଠୀ ଜଣାଇଥିଲେ ଯେ, ଏହି କାର୍ୟ୍ୟକ୍ରମ ବିଗତ ୧୫ ବର୍ଷ ହେଲା ଚାଲୁ ରହିଛି । ଚଳିତ ବର୍ଷ ଜିଲ୍ଲାର ୮ ଲକ୍ଷ ୬୦ ହଜାର ପିଲାଙ୍କୁ କୃମି ଔଷଧ ସେବନ କରିବାକୁ ଦିଆଯିବ । ଅସୁସ୍ଥ ଥିବା ପିଲା ମାନଙ୍କୁ ଏହି ଔଷଧ ଦିଆଯିବ ନାହିଁ । ପରବର୍ତ୍ତୀ ଯୋଜନା କରି ସେମାନଙ୍କ ସ୍ବାସ୍ଥ୍ୟ ଭଲ ହେବା ପରେ ଏହି ଔଷଧ ପ୍ରଦାନ କରାଯିବ । ଏହି ଔଷଧ ସେବନ ଦ୍ବାରା କୌଣସି ପାର୍ଶ୍ବ ପ୍ରତିକ୍ରିୟା ହେବ ନାହିଁ । ଏଣୁ ସମସ୍ତେ ସେବନ କରିବା ଜରୁରୀ । ଜିଲ୍ଲାରେ ୨ ଲକ୍ଷ ୭୦ ହଜାର ୩୩୧ ଟି କୃମି ସିରପ୍ ଏବଂ ୫ଲକ୍ଷ ୮୮ ହଜାର ୪୭୦ଟି କୃମି ବଟିକା ପ୍ରଦାନ କରାଯିବାର ଯୋଜନା ରହିଛି । ୭ଲକ୍ଷ ୯୩ ହଜାର ୫୦୩ ଗୃହକୁ ଯାଇ ଏହି ଔଷଧ ବିତରଣ ହେବ । ଜାତୀୟ ସ୍ବାସ୍ଥ୍ୟ ମିଶନ୍ ଜରିଆରେ ଚଳିତ ୨୦-୨୧ ଆର୍ଥିକ ବର୍ଷରେ ଜିଲ୍ଲାକୁ ୮୮ କୋଟି ୨୮ ଲକ୍ଷ ୯୬ ହଜାର ଟଙ୍କା ଅନୁଦାନ ପ୍ରାପ୍ତ ହୋଇଥିବା ଜାତୀୟ ସ୍ବାସ୍ଥ୍ୟ ମିଶନର ପ୍ରୋଗ୍ରାମ ମ୍ୟାନେଜର ଶ୍ୟାମ ସୁନ୍ଦର ତ୍ରିପାଠୀ ଅବଗତ କରାଇଥିଲେ । ଏହି ଅନୁଦାନ ଜିଲ୍ଲାର ସମସ୍ତ ବ୍ଲକ୍ କୁ ଯୋଜନା ମୁତାବକ ପ୍ରଦାନ କରାଯାଇ ସ୍ବାସ୍ଥ୍ୟ ସୁରକ୍ଷା ଦିଗରେ ବିନିଯୋଗ ହେବ ।ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଉମା ଶଙ୍କର ମିଶ୍ର, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଆର୍. ଜଗଦୀଶ ପଟ୍ଟନାୟକ, ପରିବାର କଲ୍ୟାଣ ବିଭାଗ ସହକାରୀ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡଃ ସରୋଜିନୀ ଦେବୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ରାଜ୍ୟରେ ସ୍କ୍ରବ୍ ଟାଇଫସ୍‌ ଭୟ; ଟେଷ୍ଟିଂ କିଟ ମହଜୁଦ ରଖିବାକୁ ନିର୍ଦେଶ

mahabharatanews

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦ୍ବିତୀୟ ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କରିଛନ୍ତି

mahabharatanews

ସେବା ସମବାୟ ସମିତି ଓ ଧାନମଣ୍ଡିରେ ଦୁର୍ନୀତି

mahabharatanews