(ରଜନୀକାନ୍ତ ପାତ୍ର/ବ୍ରହ୍ମପୁର): ଗଞ୍ଜାମରେ ପୁଣି କରୋନା ନେଲା କୋଭିଡ ଯୋଦ୍ଧାଙ୍କ ପ୍ରାଣ । ଜିଲ୍ଲାର ଜଣେ ପୋଲିସ କର୍ମଚାରୀଙ୍କ କରୋନାରେ ଜୀବନ ଯାଇଛି । ତାରସିଙ୍ଗି ଥାନାରେ କାର୍ୟ୍ୟରତ କନେଷ୍ଟବଳ ରଙ୍ଗନିଧି ପ୍ରଧାନଙ୍କ ମୃତ୍ୟୁ ପରେ ଜିଲ୍ଲା ପୋଲିସ ପକ୍ଷରୁ କୋଭିଡ ଯୋଦ୍ଧାର ଶେଷ ସମ୍ମାନ ଦେବା ପରେ କୋଭିଡ ନିୟମ ଅନୁଯାୟୀ ଶେଷକୃତ୍ୟ ସମ୍ପୂର୍ଣ୍ଣ କରାଯାଇଛି । କରୋନା ମୃତକଙ୍କ ପରିବାରଙ୍କୁ ପ୍ରତି ଜିଲ୍ଲା ପୋଲିସ ପକ୍ଷରୁ ସମବେଦନା ଜଣାଇଥିଲେ । ଏହି ପରିବାରଙ୍କ ପାଇଁ ଜିଲ୍ଲା ପୋଲିସ ରହିଥିବା ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି । ପୂର୍ବରୁ ଜିଲ୍ଲାରେ ତିନି ଜଣ ପୋଲିସ କର୍ମଚାରୀଙ୍କ କରୋନାରେ ମୃତ୍ୟୁ ଘଟିଥିବା ବେଳେ କନେଷ୍ଟବଳ ରଙ୍କନିଧିଙ୍କ ବିୟୋଗ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।
previous post
next post
