ଅପରାଧଓଡିଶା

ସ୍ପେଶାଲ୍ ଡ୍ରାଇଭରେ ଗଞ୍ଜାମ ପୋଲିସକୁ ବଡ଼ ସଫଳତା

ଗଞ୍ଜାମ-: ଗଞ୍ଜାମ ପୋଲିସ ଜିଲ୍ଲାକୁ ମିଳିଲା ବଡ଼ ସଫଳତା l ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅପରାଧୀମାନେ ସକ୍ରିୟ ହୋଇ ବିଭିନ୍ନ ଅପରାଧିକ କାଣ୍ଡ ଘଟାଉଥିବା ବେଳେ ଗଞ୍ଜାମ ପୋଲିସ ଏକ ସ୍ୱତନ୍ତ୍ର ଡ୍ରାଇଭ କରି ସେମାନଙ୍କ ଉପରେ ଚଢ଼ାଉ କରି ସେମାନଙ୍କ ଠାରୁ ବିଭିନ୍ନ ମରଣାସ୍ତ୍ର ଜବତ କରିବା ସହ ସେମାନଙ୍କୁ ଗିରଫ କରିଛି  l

ସ୍ପେଶାଲ୍ ଡ୍ରାଇଭରେ ଗଞ୍ଜାମ ପୋଲିସ ଜିଲ୍ଲାର ଶେରଗଡ, ଚମାଖଣ୍ଡି, ପୋଲସରା, କୋଟିନାଡ଼ା, ଆସ୍କା ଓ ଭଞ୍ଜନଗର ଥାନା ଅଞ୍ଚଳରୁ ବିଭିନ୍ନ ଅପରାଧିକ ମାମଲାରେ ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ୧୭ଟି ମାଉଜର, ୬୬ଟି ଅଫୁଟା ଗୁଳି, ୪ଟି ଖୋକା ଏବଂ ୧୬ଟି ମୋବାଇଲ ଜବତ କରିଛି । ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶରେ ହୋଇଥିବା ସ୍ପେଶାଲ ଡ୍ରାଇଭରେ ପୁରୁଷୋତ୍ତମପୁର ଏସ୍‌ଡିପିଓ, ଆସିକା ଏସ୍‌ଡିପିଓ, ଭଞ୍ଜନଗର ଏସ୍‌ଡିପିଓଙ୍କ ସମେତ ବିଭିନ୍ନ ଥାନାର ଅଧିକାରୀମାନେ ସାମିଲ ହୋଇଥିଲେ ।

ପୋଲିସ ସନ୍ଦେହ କରୁଛି ଯେ ଜବତ ଅସ୍ତ୍ରଶସ୍ତ୍ର ଓଡ଼ିଶା ବାହାରୁ ଚାଲାଣ କରାଯାଇଥିଲା । ତେବେ ମରଣାସ୍ତ୍ର ଗୁଡିକ କେଉଁଠି ଓ କିପରି ଚାଲାଣ ହୋଇଥିଲା ଏବଂ କେଉଁମାନେ ଏଥିରେ ସମ୍ପୃକ ତାହାର ଅନୁସନ୍ଧାନ କରୁଛି ।

Related posts

ବଲାଙ୍ଗିରରେ ଆଦିବାସୀ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ

mahabharatanews

ବିଧାନସଭାରେ ଷଣ୍ଡ ଚିନ୍ତା : ଷଣ୍ଡ ମାନଙ୍କ ସଂଖ୍ୟାବୃଦ୍ଧି ପାଇଁ ପଦକ୍ଷେପ ନେବେ ସରକାର

mahabharatanews

୧୬ରୁ ସର୍ବ ଭାରତୀୟ ହକି ପ୍ରତିଯୋଗିତା -୨୦୧୯

mahabharatanews

Leave a Comment