ଅପରାଧ

୧୩୫କେଜି ଗଞ୍ଜେଇ ଜବତ

(ଓମ ପ୍ରକାଶ ମିଶ୍ର)ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୋଲିସ ହାତରେ ଧରା ପଡିଛି।ମିଳିଥିବା ସୂଚନା ଅନୁଯାୟୀ ବୈ।ଦ୍ଧ ଜିଲ୍ଲା ରୁ ଏକ ଟାଭେରା ଗାଡ଼ିରେ ଗଞ୍ଜେଇ ଯାଉଥିବା ସମୟରେ କୈ।ଣସି ସୂତ୍ରରୁ ଖବର ପାଇ ସୋନପୁର ବ୍ଳକ ଛକଠାରେ ଟାଉନ ପୋଲିସ ଜଗି ରହିଥିଲା।କୈ।ଶଳ କ୍ରମେ ଗାଡ଼ି ଟି ପୋଲିସ କୁ ଚକମା ଦେଇ ଫେରାର ହୋଇ ଯାଉଥିବା ବେଳେ ପୋଲିସ ପିଛା କରିଥିଲା।ଫଳରେ ଛେପାପିଲି ଗ୍ରାମର ଛକଠାରେ ଗାଡ଼ି ଟିକୁ ଛାଡ଼ି ଡ୍ରାଇଭର ସେଠାରୁ ପଳାଇ ଯାଇଥିଲେ।ଘଟଣା ସ୍ଥଳରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ଙ୍କ ସହ ଏକ ପୋଲିସ ଟିମ ଯାଇ ଗାଡିଟିକୁ ଜବତ କରିଥିଲେ।ଗାଡ଼ିକୁ ସୋନପୁର ଟାଉନ ଥାନା କୁ ଅଣାଯାଇଥିଲା।ଗାଡ଼ିରେ ଥିବା ଗଞ୍ଜେଇ ଚାରିବସ୍ତା ରେ ମୋଟ ୧୩୫ କେଜି ଜବତ କରାଯାଇଥିଲା। ଗଞ୍ଜେଇର ଆନୁମାନିକ ମୂଲ୍ୟ ୮ ଲକ୍ଷ ହେବ ବୋଲି ଜଣାପଡିଛି।

Related posts

ଦେଢ କେଜିର ବ୍ରାଉନସୁଗାର ଜବତ, କୁଖ୍ୟାତ ବ୍ରାଉନସୁଗାର ବେପାରୀ  ଗିରଫ

mahabharatanews

ବୋଟରୁ ତେଲ ଚୋରି କରି ୩ ଗିରଫ

mahabharatanews

୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୩ ଗିରଫ

mahabharatanews