ଅପରାଧ

୧୩୫କେଜି ଗଞ୍ଜେଇ ଜବତ

(ଓମ ପ୍ରକାଶ ମିଶ୍ର)ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୋଲିସ ହାତରେ ଧରା ପଡିଛି।ମିଳିଥିବା ସୂଚନା ଅନୁଯାୟୀ ବୈ।ଦ୍ଧ ଜିଲ୍ଲା ରୁ ଏକ ଟାଭେରା ଗାଡ଼ିରେ ଗଞ୍ଜେଇ ଯାଉଥିବା ସମୟରେ କୈ।ଣସି ସୂତ୍ରରୁ ଖବର ପାଇ ସୋନପୁର ବ୍ଳକ ଛକଠାରେ ଟାଉନ ପୋଲିସ ଜଗି ରହିଥିଲା।କୈ।ଶଳ କ୍ରମେ ଗାଡ଼ି ଟି ପୋଲିସ କୁ ଚକମା ଦେଇ ଫେରାର ହୋଇ ଯାଉଥିବା ବେଳେ ପୋଲିସ ପିଛା କରିଥିଲା।ଫଳରେ ଛେପାପିଲି ଗ୍ରାମର ଛକଠାରେ ଗାଡ଼ି ଟିକୁ ଛାଡ଼ି ଡ୍ରାଇଭର ସେଠାରୁ ପଳାଇ ଯାଇଥିଲେ।ଘଟଣା ସ୍ଥଳରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ଙ୍କ ସହ ଏକ ପୋଲିସ ଟିମ ଯାଇ ଗାଡିଟିକୁ ଜବତ କରିଥିଲେ।ଗାଡ଼ିକୁ ସୋନପୁର ଟାଉନ ଥାନା କୁ ଅଣାଯାଇଥିଲା।ଗାଡ଼ିରେ ଥିବା ଗଞ୍ଜେଇ ଚାରିବସ୍ତା ରେ ମୋଟ ୧୩୫ କେଜି ଜବତ କରାଯାଇଥିଲା। ଗଞ୍ଜେଇର ଆନୁମାନିକ ମୂଲ୍ୟ ୮ ଲକ୍ଷ ହେବ ବୋଲି ଜଣାପଡିଛି।

Related posts

ଭିଜିଲାନ୍ସ ଜାଲରେ ମହିଳା ସରପଞ୍ଚ

mahabharatanews

ସାଂସଦ ଅର୍ଜୁନ ସିଂହଙ୍କ ଘର ଉପରେ ୩ଟି ବୋମାମାଡ

mahabharatanews

ଡାକ୍ତରଙ୍କ କାମୁଡାରେ ଛାତ୍ରୀ ଆହତ, ଥାନାରେ ମାମଲା

mahabharatanews

Leave a Comment