ଓଡିଶା

ମହିଳା ହକି ଖେଳାଳିଙ୍କୁ କାର ଉପହାର

(ରାଉରକେଲା) ; ଚଳିତ ଅଲମ୍ପିକରେ ମହିଳା ହକି ଟିମ ଭଲ ପଦର୍ଶନ କରିଥିଲେ । ଆଉ ଏହି ହକି ଟିମ ରେ ସାମିଲ ହୋଇଥିଲେ ଦୁଇ ଓଡିଆ ଝିଅ । ତେବେ ଓଡିଆ ମହିଳା ହକି ଖେଳାଳି ନମିତା ଟପ୍ପୋ ଓ ଦୀପ ଗ୍ରେସ ଏକ୍କାଙ୍କୁ ଟାଟା କମ୍ପାନୀ ତରଫରେ ଦୁଇଟି(ALTROZ) କାର ଦିଆଯାଇଛି । ଏହି କାର ଟାଟାର ବରତିଷ୍ଠ ଅଧିକାରୀ ଏବଂ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ସ୍ଥାନରେ ୧୭ଟି ଆଷ୍ଟ୍ରୋ ଟର୍ଫ ଷ୍ଟାଡିୟମ୍ ସହ ରାଉରକେଲାରେ ଦେଶର ସର୍ବବୃହତ ହକି ଷ୍ଟାଡିୟମ୍ ନିର୍ମାଣ କରାଯାଉଥିବା ସହ ସହରରେ ଫୁଟବଲ ଷ୍ଟାଡିୟମ୍ ଓ ଆଥଲେଟିକ ଟ୍ରାକ ନିର୍ମାଣ ପ୍ରକ୍ରିୟା ଆଗେଇ ଚାଲିଛି । ବ୍ୟାଡମିଣ୍ଟନ, ଟେନିସ ଓ ଭଲିବଲ ପାଇଁ ଅନ୍ତର୍ଜାତୀୟ ସ୍ତରର ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ କରାଯାଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ମହିଳା ହକି ଖେଳାଳି ନମିତା ଟପ୍ପୋ ଓ ଦୀପ ଗ୍ରେସ ଏକ୍କା ।

Related posts

କାଲିଠୁ ରାଜ୍ୟର ୫ ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

mahabharatanews

ନଦୀରେ ଭାସିଗଲେ ଗର୍ଭବତୀ ମା’ ସହ ଝିଅ !

mahabharatanews

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଫର୍ମ ପାଇଁ ବିଡିଓଙ୍କୁ ଘେରିଲେ ପଞ୍ଚାୟତବାସୀ

mahabharatanews