ନୂଆଦିଲ୍ଲୀ: ଭାରତର ଚତୁର୍ଦଶ ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ (ସିଏଜି) ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ନୂଆ ନିଯୁକ୍ତି । ଜେନେଭାସ୍ଥିତ ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନ(ଆଇପିୟୁ)ର ବାହ୍ୟ ଅଡିଟର ଭାବେ ମୁର୍ମୁ ମନୋନୀତ ହୋଇଛନ୍ତି। ସ୍ୱିଜରଲ୍ୟାଣ୍ଡର ସୁପ୍ରିମ ଅଡିଟ୍ ପ୍ରତିଷ୍ଠାନରେ ଖୁବ୍ ଶୀଘ୍ର ସେ ଏହି ନୂଆ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି । ସେ ତିନି ବର୍ଷ ପାଇଁ ଏହି ଅନ୍ତର୍ଜାତୀୟସଂସ୍ଥାରେ ନିୟୋଜିତ ରହିବେ । ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନ ଗଣତାନ୍ତ୍ରିକ ପ୍ରଶାସନକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ଏବଂ ଏହା ବିଭିନ୍ନ ଗଣତାନ୍ତ୍ରିକ ରାଷ୍ଟ୍ରର ସଂସଦ ମଧ୍ୟରେ ସମନ୍ୱୟ ରକ୍ଷାକରିଥାଏ ।
ଗୁଜରାଟ ପାହ୍ୟାର ୧୯୮୫ ବ୍ୟାଚ୍ର ଓଡିଆ ଆଇଏଏସ ମୁର୍ମୁ ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଦାୟିତ୍ୱରେ ଅଧିଷ୍ଠିତ ହୋଇଥିଲେ । ଏହାପରେ ସେ ସେହି ପଦରୁ ଇସ୍ତଫା ଦେଇ ସିଏଜି ଭାବେ ନିଯୁକ୍ତି ପାଇଥିଲେ ।
SR