ଓଡିଶା

ଗୁଣାତ୍ମକ ଶିକ୍ଷା ରାଜ୍ୟ ସରକ।ରଙ୍କ ଲକ୍ଷ୍ୟ: ସମୀର ଦାଶ

ଭୁବନେଶ୍ୱର: ରାଜ୍ୟରେ ବନ୍ଦ ହେବାକୁ ଯାଉଥିବା ସ୍କୁଲ ସମ୍ପର୍କରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ୧୪ ହଜାର ନୁହେଁ ୭୭୭୨ ସ୍କୁଲ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି । ତେବେ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲକ୍ଷ୍ୟରେ ସରକ।ର ଏପରି ପଦକ୍ଷେପ ନେଉଛନ୍ତି । ଗତକାଲି ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଆହୁତ ସର୍ବଦଳୀୟ ବୈଠକର ନିଷ୍ପତି ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତି ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ ଗୃହରେ କମ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ପ୍ରସଙ୍ଗକୁ କଂଗ୍ରେସ ବିରୋଧ କରିଛି । ଦୁର୍ଗମ ନଦୀ ପାହାଡ ଅଞ୍ଚଳରେ ସ୍କୁଲ ବନ୍ଦ ହେଲେ ନଦୀ ପାହାଡ଼ ଡେଇଁ ପିଲାଙ୍କୁ ସ୍କୁଲ ଯିବାକୁ ହେବ। ଫଳରେ ଡ୍ରପ ଆଉଟ ସଂଖ୍ୟା ବଢିବ । ଏହି ସରକାର ଆମ ପିଲାଙ୍କୁ ଶିକ୍ଷାରୁ ବଞ୍ଚିତ କରିବାକୁ ଯୋଜନା କରୁଥିବା ଅଭିଯୋଗ ସହ ଏହି ନିଷ୍ପତ୍ତିରୁ ନ ଓହରିଲେ ଆନ୍ଦୋଳନକୁ ଓହରିବାକୁ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ।

 

Related posts

ରାଜ୍ୟପାଳଙ୍କ ନିକଟରେ ଅଯୋଧ୍ୟାରୁ ନିମନ୍ତ୍ରଣ 

mahabharatanews

ଲକ୍ଷ୍ମଣନ୍ନାଥ ରୋଡ ରେଳ ଷ୍ଟେସନର ବିକାଶ ଦାବିରେ ଆମରଣ ଅନଶନ

mahabharatanews

ଶନିବାର ପ୍ରକାଶ ପାଇବ ମାଧ୍ୟମିକ ଶିକ୍ଷା ପରିଷଦ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ଓ ଷ୍ଟେଟ୍‌ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫଳ

mahabharatanews