ଓଡିଶା

କିଶୋରୀମାନଙ୍କୁ  ଦିଅ ଯିବ ସ୍କୁଲରେ ପୁଣି ଥରେ ନାମ  ଲେଖାଇବା ସୁଯୋଗ

ସୁବର୍ଣ୍ଣପୁର: ଅଧାରୁ ପାଠ ଛାଡିଥିବା କିଶୋରୀମାନଙ୍କୁ  ସ୍କୁଲରେ ପୁଣି ଥରେ ନାମ  ଲେଖାଇବା ନିମନ୍ତେ , ଜିଲ୍ଳାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲପାଳ ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲପାଳ ଚଳିତ ଶିକ୍ଷା ବର୍ଷରେ ଜିଲ୍ଲାର କୌଣସି ଗୋଟିଏ ମଧ୍ୟ ଝିଅ ଯେପରି ସ୍କୁଲ ର ବାହାରେ ନ ରହିବେ ସେଥିପ୍ରତି ସମସ୍ତ ସମ୍ପୃକ୍ତ ବିଭାଗ ଗୁଡିକୁ ଯତ୍ନବାନ ହୋଇ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି ।

ଏପରିକି ଯଦି କୌଣସି ଝିଅ ନିର୍ଦ୍ଧିଷ୍ଟ ବୟସ ପୂର୍ବରୁ ବାହାହେଇ କିମ୍ବା ଅନ୍ୟ କୌଣସି କାରଣରୁପାଠ ଛାଡିଛନ୍ତି ଅଥବା ଗାଁର ବାହାରକୁ ଚାଲିଯାଇଛନ୍ତି ତାଙ୍କର ସମସ୍ତ ତଥ୍ୟ ଖୋଜି କି ବାହାର କରି ସେମାନଙ୍କୁ ପୁନଃ ସ୍କୁଲରେ ପଢିବା ନିମନ୍ତେ ଉତ୍ସାହିତ କରିବା ଉପରେ ପଦକ୍ଷେପ ନେବାକୁ ଗୁରୁତ୍ୱାରୋପ କରିଛନ୍ତି ।

ଏହି କାର୍ଯ୍ୟକୁ ଅଧିକ ସକ୍ରିୟ ଓ ସୁନିଶ୍ଚିତ କରିବା ନିମନ୍ତେ ସମସ୍ତ  ବିଦ୍ୟାଳୟ ଆସୁନଥିବା ୧୫ ରୁ ୧୮ ବର୍ଷ ର ଝିଅଙ୍କ ତାଲିକା ପ୍ରସ୍ତୁତ କରି ପ୍ରଦାନ କରିବେ । ଯଦି କୌଣସି ବିଦ୍ୟାଳୟ ବାହାରେ ଥିବା କିଶୋରୀ ର ବାହାଘର ହୁଏ କିମ୍ବା କିଶୋରୀ ମାତୃତ୍ୱ ହୁଏ ତେବେ ସମ୍ପୃକ୍ତ ଅଂଚଳରେ ଥିବା ସ୍କୁଲ ର ପ୍ରଧାନ ଶିକ୍ଷକ, ସି ଆର ସି ସି, ସି ଡି ପି ଓ ସୁପରଭାଇଜର ସେମାନଙ୍କ ଘରକୁ ଯାଇ ପରାମର୍ଶ କରି ପୁନର୍ବାର ବିଦ୍ୟାଳୟକୁ ଫେରାଇ ଆଣିବା ନିମନ୍ତେ ପ୍ରଯତ୍ନ କରିବାକୁ ପରାମର୍ଶ ଦେଇଛନ୍ତି ।

ଏହି ପରିପ୍ରେକ୍ଷୀରେ ବି ଇ ଓ ସୋନପୁର ଙ୍କ ଆନ୍ତରିକଉଦ୍ୟମ ହେତୁ ସୋନପୁର ବାଳିକା ବିଦ୍ୟାଳୟର ବବିତା ମୁଣ୍ଡା, ମମତା ପ୍ରଧାନ ଏବଂ ଉଲୁଣ୍ଡା ବ୍ଲକ ର ଭଗବତୀ ଘିବେଲା ସେମାନେ ବାହାଘର ପରେ ମଧ୍ୟ ପୁନର୍ବାର ବିଦ୍ୟାଳୟରେ ପାଠପଢା ଜାରି ରଖିଛନ୍ତି ଯାହା ପ୍ରଶଂସନୀୟ ବୋଲି ଜିଲ୍ଲପାଳ କହିଛନ୍ତି, ସେହିପରି ଅନ୍ୟ ବି ଇ ଓ ମାନେ ମଧ୍ୟ ନିଜ ସମୃକ୍ତ ଅଞ୍ଚଳରେ ଅନୁରୂପ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ।

ବୈଠକରେ ଜିଲ୍ଲା ବାଲ୍ୟ ବିବାହ ପରାମର୍ଶ ଦାତା ଏକ୍ସନଏଡ଼ ରାକେଶ ପ୍ରଧାନ ଜିଲ୍ଲାରେ ବାଲ୍ୟ ବିବାହ ଓ କିଶୋରୀ ମାତୃତ୍ୱ ଉପରେ ବିଷଦ ବିବରଣୀ ପ୍ରଦାନ କରିଥିଲେ ।ପରେ ପରେ ଜିଲ୍ଲାରେ 5T ରେ ଅନ୍ତର୍ଭୁକ୍ତ ହୋଇ ଥିବା ହାଇସ୍କୁଲ ର ବିଭିନ୍ନ କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ ଜିଲ୍ଲାପାଳ । ସେ ଉପସ୍ଥିତ 5T ସ୍କୁଲ ର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଆଇସିଟି ଲ୍ୟାବ, ସ୍ମାର୍ଟ କ୍ଲାସ ଓ ସାଇନ୍ସ ଲ୍ୟାବ ର ସମ୍ପୂର୍ଣ୍ଣ ଉପଯୋଗ ଉପରେ ସୁନିଶ୍ଚିତ କରିବାକୁ ନିର୍ଦେଶ ଦେଇଛନ୍ତି ।

ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ  ଲକ୍ଷ୍ମଣ ଭୋଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡ଼ତିଆ,5T ନୋଡାଲ ଅଧିକାରୀ  ଅଭିଳାଷ ପୁରୋହିତ,ଡି ଏସ ଡବ୍ଲୁ ଓ ଗୌର ମଣି ହାଁସଦା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ସମସ୍ତ ସି ଆର ସି ସି, ସମସ୍ତ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ଯୋଗଦାନ କରି ନିଜ ନିଜର ମତାମତ ପ୍ରଦାନ କରିଥିଲେ ।

 

Related posts

ଆଗାମୀ ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା  

mahabharatanews

ଅଗ୍ନିକାଣ୍ଡ ଘଟି ଜଳିଗଲା ସମ୍ବଲପୁର କୁଚିଣ୍ଡା ବାମରା ନିକଟ ଶୀତଳ ଭଣ୍ଡାର

mahabharatanews

ମନୋରଞ୍ଜନ ପାଣିଗ୍ରାହୀ ହେଲେ ମୁଖ୍ୟ ଆୟକର କମିଶନର

mahabharatanews