ଭାରତ

କାବୁଲରେ ଶନିବାର ଗୁରୁଦ୍ୱାରରେ ବିସ୍ଫୋରଣ

କାବୁଲ : ଆଫଗାନିସ୍ତାନର କାବୁଲରେ ଶନିବାର ଗୁରୁଦ୍ୱାରରେ ବିସ୍ଫୋରଣ ହୋଇଛି । ଏହି ଘଟଣାରେ ଜଣେ ଗାର୍ଡ ସମେତ ଦୁଇଜଣ ଆଫଗାନି ନାଗରିକଙ୍କ ମୃତ୍ୟୁ ହୋଇଛି । ଏଥିସହିତ ୩ଜଣ ତାଲିବାନ ସୈନିକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏହି ବିସ୍ଫୋରଣରେ ପଛରେ ଇସଲାମିକ ଷ୍ଟେଟର ଖୁରାସାନ ମୋଡ୍ୟୁଲ (ଆଇଏସଆଇଏସ-କେ)ର ହାତ ରହିଛି ବୋଲି କୁହାଯାଉଛି । ତେବେ ଏନେଇ କୌଣସି ସଂଗଠନ ନିଜକୁ ଦାୟୀ କରିନଥିବା ଜଣାପଡିଛି ।

ତେବେ କାବୁଲର ଗୁରୁଦ୍ୱାରରେ ହୋଇଥିବା ଏହି ବିସ୍ଫୋରଣକୁ ଭାରତୀୟ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଘୋର ନିନ୍ଦା କରିଛନ୍ତି । ଏହି ଘଟଣା ପରେ ସେଥିଉପରେ ଦୃଷ୍ଟି ରଖାଯାଇଛି ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି । କାରଣ ସେଠାରେ ଥିବା ଶିଖ ସଂପ୍ରଦାୟ ଲୋକମାନଙ୍କ ସୁରକ୍ଷା ଦେବା ଆମର ବିଶେଷ କର୍ତ୍ତବ୍ୟ । ସୂଚନାନୁସାରେ, ଶନିବାର ସକାଳ ପ୍ରାୟ ସାଢ଼େ ୭ଟାରେ (ଭାରତୀୟ ସମୟ ସକାଳ ସାଢ଼େ ୮) ସମୟରେ କାବୁଲସ୍ଥିତ ଗୁରୁଦ୍ୱାରା ଗେଟ ସମ୍ମୁଖରେ ଏବଂ ପରେ ପରିସରରେ ବୋମା ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଏଠାରେ ଥିବା କିଛି ଦୋକାନରେ ନିଆଁ ଲାଗିବା ଫଳରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଏହି ନିଆଁ ବ୍ୟାପିଥିଲା ।

Related posts

ସ୍ଥଗିତ ରହିଲା ମିଶନ ଗଗନୟାନ ପରୀକ୍ଷଣ

mahabharatanews

ଉମର ଖାଲିଦ ଏବଂ ଶରଜିଲ ଇମାମଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ

mahabharatanews

ସୁସ୍ଥ ଅଛନ୍ତି ସଦଗୁରୁ 

mahabharatanews