ଭାରତ

 ଗର୍ଭଗୃହରେ ରାମଲଲା 

(ଦିଲ୍ଲୀ) : ୨୨ଜାନୁଆରୀରେ ଅଯୋଧ୍ୟାର ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠାା ହେବ । ଏହା ପୂର୍ବରୁ ରାମ ମନ୍ଦିକ ଗର୍ଭଗୃହରେ ବିରାଜମାନ ହେଲେ ରାମଲଲା । କଳା ପଥରରେ ନିର୍ମିତ ପ୍ରତିମୂର୍ତ୍ତିର ପ୍ରଥମ ଫଟୋ ସାମ୍ନାକୁ ଆସିଛି  । ମୂର୍ତ୍ତିଟି ଏକ ଧଳା କପଡ଼ାରେ ଆଚ୍ଛାଦିତ ହୋଇଥିବାର ଦେଖିବା ପାଇଁ ମିଳୁଛି ।  ଏହାପୂର୍ବରୁ ଗୁରୁବାର ଦିନ ମନ୍ଦିର ଭିତରେ ରାମ ଲଲାଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥିଲା ।

ସୂଚନାନୁଯାୟୀ ,  ଜାନୁୟାରୀ ୧୬ରୁ ଆରମ୍ଭ ହୋଇଥିବା ପ୍ରାଣ ପ୍ରତିଷ୍ଠାରୁ ରୀତିନୀତିର ତୃତୀୟ ଦିନରେ ଜାନୁଆରୀ 18ରେ ମୂର୍ତ୍ତିର ଏକ ଫଟୋ ପ୍ରକାଶ ପାଇଛି । ଗୁରୁବାର ମଧ୍ୟହ୍ନ ୧୨.୩୦ରେ ରାମଲଲାଙ୍କ ମୂର୍ତ୍ତିକୁ ଆସନରେ ବୈଦିକ ମନ୍ତ୍ରୋଚାରଣ କରାଯାଇ ବିରାଜମାନ କରାଯାଇଥିଲା । ପ୍ରଥମେ ତୋରଣ, ଦ୍ୱାର, ଧ୍ୱଜା, ଆୟୁଧ, ପତାକା, ଦିଗପାଳ, ଦ୍ୱାରପାଳଙ୍କ ପୂଜା କରାଯାଇଛି । ଏହା ସହ ୫ ଜଣ ବୈଦିକ ଆଚାର୍ଯ୍ୟ ଚାରି ବେଦର ପାରାୟଣ ଆରମ୍ଭ କରିଛନ୍ତି ।

Related posts

ମଦ ଦୁର୍ନୀତି:ଜାମିନ ଆବେଦନ ଉପରେ ଶୁଣାଣି ଆଜି

mahabharatanews

ନିଜ ପୈତୃକ ଘର ଦାନ କଲେ ମୁଖ୍ୟମନ୍ତ୍ରୀ

mahabharatanews

ଦିଲ୍ଲୀରେ ପ୍ରବଳ ଥଣ୍ଡା,ଜନଜୀବନ ଅସ୍ତବ୍ୟସ୍ତ 

mahabharatanews