(ଭୁବନେଶ୍ୱର) : ଦିନକୁ ଦିନକୁ ବୃଦ୍ଧି ପାଇବାରେ ଲାଗିଛି ସୁନା ଦର ଦାମ୍ । ଏହି କ୍ରମରେ ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ସାମାନ୍ୟ କମିଛି ସୁନା ଦର । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୫୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୫୫,୫୦୦ ଟଙ୍କା ରହିଛି ।
ସୂଚନାନୁଯାୟୀ , କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଗ୍ରାମ ପିଛା ୫,୫୫୫ ଟଙ୍କା ହୋଇଥିବାବେଳେ ଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୭୬.୨୦ ଟଙ୍କା ରହିଥିବା ବେଳେ ୮ ଗ୍ରାମ୍ ପିଛା ୬୧୬.୬୦ ଟଙ୍କା, ୧୦ ଗ୍ରାମ ପିଛା ୭୭୦ଟଙ୍କା , ୧୦୦ ଗ୍ରାମ ପିଛା ୭,୭୦୦ ଓ ୧ କେଜି ପିଛା ୭୭,୦୦୦ ଟଙ୍କା ରହିଛି।