ଓଡିଶା

ଆହୁରି ୨ଦିନ ବର୍ଷା ସମ୍ଭାବନା; ୱାର୍ଣ୍ଣିଂ ଜାରି   

(ଭୁବନେଶ୍ୱର) : ରାଜ୍ୟରେ ଆଜି ବିଭିନ୍ନ ସ୍ଥାନରେ ଭଲ ବର୍ଷା ହୋଇଯାଇଛି। ଆସନ୍ତା ୨ଦିନ ମଧ୍ୟ ରାଜ୍ୟରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଏଥିସହ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଖୋର୍ଧା ଓ ପୁରୀରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଣୁ ଏହି ସବୁ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି।

ସୂଚନାନୁଯାୟୀ , ଗତକାଲି ରହିଥିବା ଘୂର୍ଣ୍ଣିବଳୟ ଏବେ ବିହାର ଉପରେ ରହିଛି। ଏହାସହ ମୌସୁମୀଜନିତ ନିମ୍ନ ଚାପରେଖା ବର୍ତ୍ତମାନ ଅମୃତସର, ଯମୁନା ନଗର, ବରେଲି, ଗୋରଖପୁର, ପାଟଣା ଓ ମାଲ୍‌ଦା ହୋଇ ପୂର୍ବ ଦିଗରେ ମଣିପୁର ଯାଏ ଲମ୍ବିଛି।

Related posts

ବଲେରୋ ଦୁର୍ଘର୍ଟଣାଗ୍ରସ୍ତ: ୪ ମୃତ, ୪ ଆହତ

mahabharatanews

ବାଣ ଦୁର୍ଘଟଣା ମାମଲା; ଚିକିତ୍ସାଧୀନ ଅବସ୍ଥାରେ ଛାତ୍ର ମୃତ

mahabharatanews

ପ୍ରବାସୀ ଓଡିଆଙ୍କ ଫେରିବା ପାଇଁ ଏକ ଜରୁରୀ ପ୍ରସ୍ତୁତି ବୈଠକ

mahabharatanews