ଓଡିଶା

ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଇଁ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିର ପ୍ରସ୍ତୁତ କଲାଣି ବ୍ଲକ ପ୍ରଶାସନ 

(ଜୟନ୍ତ କୁମାର ସେଠୀ ) : ଫେରିବେ ପ୍ରବାସୀ ଓଡିଅ। ଶ୍ରମିକ, ନିଜ ଭିଟାମାଟି କୁ ଫେରିବା ଲାଗି ଆରମ୍ଭ ହୋଇଗଲାଣି ପଞ୍ଜିକରଣ ବ୍ୟବସ୍ଥା, ପଞ୍ଜିକରଣକୁ ଦୁଷ୍ଟିରେ ରଖି ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିର କୁ ପ୍ରସ୍ତୁତ କରୁଛନ୍ତି ସରକାର । ପୁରୀ ଜିଲ୍ଲା ନିମାପଡା ବ୍ଲକ ର ୩୨ ଗୋଟି ଗ୍ରାମ ପଞ୍ଚାୟତ ରେ ୫୦ ଗୋଟି ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିର ପ୍ରସ୍ତୁତ କରି ପ୍ରବାସୀ ଓଡିଆ ଶ୍ରମିକ ଙ୍କ ପାଇଁ ପ୍ରସ୍ତୁତ କଲାଣି ବ୍ଲକ ପ୍ରଶାସନ । ନିମାପଡା କୁ ଫେରିବେ ୪ ହଜାରୁ ଉର୍ଦ୍ଦ ପ୍ରବାସୀ ଶ୍ରମିକ । ମହାରାଷ୍ଟ୍ର, ଗୁଜୁରାଟ, ତାମିଲନାଡୁ,ଦିଲ୍ଲୀ କୋରନା ସଂକ୍ରମିତ ରାଜ୍ୟରୁ ଏହି ଶ୍ରମିକ ମାନେ ନିଜ ନିଜ ଅଂଚଳକୁ ଫେରିବା ଲାଗି ନିଜ ନାମ ପଂଜିକୃତ ଆରମ୍ଭ କଲେଣି । ଆଜି ସୁଦ୍ଧା ପ୍ରାୟ ୩ ହଜାର ପ୍ରବାସୀ ଶ୍ରମିକ ନିଜ ନାମ ଫେରିବା ଲାଗି ପଞ୍ଜିକୃତ କରିସାରିଲେଣି । ବିଶେଷକରି ୩୨ ଗୋଟି ଗ୍ରାମପଞ୍ଚାୟତ ରେ ପୂର୍ବରୁ ୩୨ ଗୋଟି ଅସ୍ଥାୟୀ ସ୍ଵାସ୍ଥ ଶିବିର ପ୍ରସ୍ତୁତ କରାଯାଇଥିବା ବେଳେ ବିଭିନ୍ନ ସ୍ଵାସ୍ଥ କେନ୍ଦ୍ର ରେ ୪ ଗୋଟି ସଙ୍ଗରୋଧ ଶିବିର ପସ୍ତୁତ କରିଥିଲା ପ୍ରଶାସନ, ମାତ୍ର ପ୍ରବାସୀ ଓଡିଅ। ଶ୍ରମିକ ଫେରିବା ସଂଖ୍ୟାକୁ ଦୁଷ୍ଟିରେ ରଖି ଏହି ଶିବିର କୁ ୫୦ କୁ ବୁଦ୍ଧି କରାଯାଇଛି, ଆବଶ୍ୟକ ହେଲେ ଏହାର ସଂଖ୍ୟା ବୁଦ୍ଧି କରିବାକୁ ପ୍ରୟାସ ଆରମ୍ଭ କରିଛି ପ୍ରଶାସନ । ସେପଟେ ଏହି ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିର ରେ ଦୟିତ୍ଵରେ ଥିବା ଅଧିକାରୀ ମାନେ କିଭଳି ନିଜ ଦାୟିତ୍ଵ ସୁଚାରୁ ରୂପେ ତୁଲାଇବେ ସେ ନେଇ ପ୍ରସ୍ତୁତ ବୋଲି କହିଥିବା ବେଳେ ସରକାର ଯେଉଁ ଦାୟିତ୍ଵ ଦେଇଛନ୍ତି ତାକୁ ମାନି ସମସ୍ତ କାର୍ୟ୍ୟ କରାଯାଇଛି ବୋଲି ସରଂପଚ କହିଛନ୍ତି ।

Related posts

“କେନ୍ଦ୍ର ବାଂଲାଦେଶକୁ ଝାଡ଼ଖଣ୍ଡର ବିଦ୍ୟୁତ୍ ପ୍ରଦାନ କରୁଛି” :ସାଂସଦ ସଞ୍ଜୟ ସିଂ 

mahabharatanews

ଷ୍ଟକ ମାର୍କେଟ ନାଁରେ ଠକି ନେଇଗଲେ ୧୦ କୋଟି

mahabharatanews

ସତଲମା ମାର୍କେଟରେ ଉତ୍ୟକ୍ତ ଚାଷୀଙ୍କ ତାଲା ବନ୍ଦ

mahabharatanews

Leave a Comment