ଓଡିଶା

କୋର୍ଟରେ ହାଜର ହେଲା ଅଭିଯୁକ୍ତ ଗୋପାଳ ଦାସ

(ଭୁବନେଶ୍ୱର) : କୋର୍ଟରେ ହାଜର ହେଲା ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଆଜି ଅଭିଯୁକ୍ତ ଗୋପାଳ ଦାସ । ଚୌଦ୍ୱାର ଜେଲରୁ ଗୋପାଳକୁ କଡା ସୁରକ୍ଷା ବଳୟରେ ଝାରସୁଗୁଡା କୋର୍ଟକୁ ଅଣାଯାଇଥିଲା ।  ଏଠାରେ ଏଡିଜେ କୋର୍ଟରେ ଗୋପାଳ ବିରୋଧରେ ଆସିଥିବା ଅଭିଯୋଗ ଆଧାରରେ ଚାର୍ଜଫ୍ରେମ ହେବାର ଥିଲା ।

ସୂଚନାନୁଯାୟୀ , ଗୋପାଳ ଦାସ ନିଜ ପାଇଁ ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ମହେଶ ଜେନାଙ୍କୁ ନିଯୁକ୍ତ କରିଛନ୍ତି।  ଗତ ୨୬ ତାରିଖରେ ହାଜିରା ସମୟରେ ଗୋପାଳ ନିଜ ପାଇଁ ଆଇନଜୀବୀ ଠିକ କରିନଥିବାରୁ ଷ୍ଟେଟ ଡିଫେନ୍ସ କାଉନସିଲ ନରେଶ ନାୟକଙ୍କୁ ନିଯୁକ୍ତ କରାଯାଇଥିଲା ।

Related posts

ହିନ୍ଦୋଳ NAC ଉପାଧ୍ୟକ୍ଷା ପଦବୀ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ

mahabharatanews

ନବଜାତକକୁ ଖାଉଛି କୁକୁର

mahabharatanews

ନିଶ୍ଚିନ୍ତକୋଇଲିରେ ଶ୍ରୀ ମୁକ୍ତେଶ୍ଵରଙ୍କ ସପ୍ତମ ବାର୍ଷିକ ଯଜ୍ଞୋତ୍ସବ ଅନୁଷ୍ଠିତ

mahabharatanews