ଅପରାଧ

ପାଉଁଶ ଟ୍ରକ୍ ପରିବହନରେ ଚାନ୍ଦା ଆଦାୟକୁ ନେଇ ଗୋଷ୍ଠୀ ସଂଘର୍ଷ

(ଜ୍ୟୋତିରଂଜନ ଧର/କଣିହାଁ): ପାଉଁଶ ପରିବହନ ଟ୍ରକ ଯାତାୟତକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ଶୁକ୍ରବାର ମାଡପିଟ୍ ଓ ଗଣ୍ଡୋଗଳ ଉଗ୍ରରୂପ ନେଇଥିଲା । ପରେ ଉଭୟ ଗୋଷ୍ଠିଙ୍କ ମଧ୍ୟରେ ରକ୍ତପାତ ହୋଇଥିବା ଜଣାଯାଇଛି । ମିଳିଥିବା ସୂଚନା ମୁତାବକ, କଣିହାଁ ପଂଚାୟତ ରାସ୍ତା ଟୋଲକବେଡା ଗ୍ରାମ୍ୟ ହଟିଙ୍ଗ ରାସ୍ତା ଅତିକ୍ରମ କରି ବେଧଡକ ଭାବେ ଶତାଧିକ ପାଉଁଶ ଟ୍ରକ ଯାତାୟତ କରିଥାଏ । ଏହି ଟ୍ରକ ପରିବହନ ଫଳରେ ଟୋଲକବେଡା ଗ୍ରାମବାସୀ ପ୍ରଦୁର୍ଷଣ, ପାର୍କିଂ ଓ ଟ୍ରାଫିକ ସମସ୍ୟା ନେଇ ଗାଁର ସଭାପତିଙ୍କ ନେତୃତ୍ୱରେ କିଛିଦିନ ପୂର୍ବରୁ ଧାରଣା ଦିଆଯାଇଥିଲା । ପରବର୍ତ୍ତି ସମୟରେ କଣିହାଁ ତହସିଦାରଙ୍କ କାର୍ଯ୍ୟାଳୟରେ ବୈଠକ ବସିଥିଲା । ବୈଠକ ବସିବା ଦିନହିଁ ସଂଧ୍ୟାରେ ପାଉଁଶ ଟ୍ରକ୍ ପରିବହନ କରୁଥିବା ସଂସ୍ଥା ସହିତ ଗୋଟିଏ ପକ୍ଷ ମୁଲଚାଲ କରି ଚାନ୍ଦା ଆଦାୟରେ ସଫଳ ହୋଇଥିଲା । ତେବେ ସଫଳ ଗୋଷ୍ଠି ପଛରେ ଟୋଲକବେଡା ଗାଁ ସଭାପତି ସହଦେବ ସାହୁ ଥିବା ବେଳେ ଅନ୍ୟପକ୍ଷରେ ଦଳିତ ଗୋଷ୍ଠି ବିଫଳ ହୋଇଥିଲେ । ତେବେ ସଭାପତିଙ୍କର ଏଭଳି ଏକପାଖିଆ ନିଷ୍ପତି ନେଇ ଦଳିତ ବସ୍ତିରେ ନିରାଶର ଭାବ ଦେଖା ଦେଇଥିଲା । କିଛି ଦିନ ପୂର୍ବରୁ ଗାଁ ସଭାପତିଙ୍କ ଦୋ’ ମୁହାଁ ନୀତିକୁ ନେଇ ଦଳିତ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ରାଜନେତାଙ୍କ ଛତ୍ରଛାୟା ତଳେ ରହି ଦଳିତଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ଛଡେଇ ନେଉଛନ୍ତି ବୋଲି ଦଳିତ ବସ୍ତି ପକ୍ଷରୁ କୁହାଯାଇଥିଲା । ଏହି ଘଟଣାକୁ ନେଇ ଶୁକ୍ରବାର ଗୋଷ୍ଠୀ ସଂଘର୍ଷ ଉଗ୍ରରୂପ ଧାରଣ କରିଥିଲା । ସ୍ଥାନୀୟ ପୋଲିସ୍ ଚାନ୍ଦା ଆଦାୟକୁ ବନ୍ଦ ନକଲେ ଏଭଳି ଅନେକ ଘଟଣା ଆଗାମୀ ଦିନରେ ଘଟିବ ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related posts

ରାଜଧାନୀରୁ ମିଳିଲା ଏକାଧିକ ଖପୁରୀ ସହ ନର କଙ୍କାଳ

mahabharatanews

ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

mahabharatanews

ସାଢେ ଚାରି କେଜିର ବ୍ରାଉନ ସୁଗାର ଜବତ

mahabharatanews