ଓଡିଶା

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ ମହାସ୍ନାନ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ ମହାସ୍ନାନ । ଭିତର କାଠ ନିକଟରେ ବାନ୍ତି ପଡିଥିବାରୁ ଆଜି ଅର୍ଥାତ ବୁଧବାର ଶ୍ରୀମନ୍ଦିରରେ ମହାସ୍ନାନ କରାଯାଇଛି । ତେବେ ଯାହା ସୂଚନା ରହିଛି , ଆଜି ଭିତରେ କାଠ ନିକଟରେ ବାନ୍ତି ପଡିଥିବାର ସେବାୟତ ଦେଖିବାକୁ ପାଇଥିଲେ । ଏହାପରେ ଗାରଦଙ୍କୁ ସୂଚନା ଦେବା ସହ ମହାପ୍ରଭୁଙ୍କ ସକାଳ ଧୂପ ପରେ ମହାସ୍ନାନ କରାଯାଇଥିଲା ।  ଯାହାଫଳରେ ପ୍ରାୟ ୧ ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥିଲା ।

Odisha to 'seek patents for terms like Srimandir, Jagannath Dham,...

ଅନ୍ୟପଟେ , ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିଲାଗି ମଧ୍ୟ ମହାପ୍ରଭୁଙ୍କୁ ୫ ଘଣ୍ଟା ପାଇଁ ଦର୍ଶନ କରିପାରିବେ ନାହିଁ ଶ୍ରଦ୍ଧାଳୁ । ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଅପରାହ୍ନ ୫ଟାରୁ ଦ୍ୱିତୀୟ ଭୋଗ ମଣ୍ତପ ପରେ ଦତ୍ତ ମହାପାତ୍ର ସେବାୟତମାନେ ରତ୍ନବେଦୀରେ ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ଆରମ୍ଭ କରିବେ । ବନକଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଏହା ଏକ ଗୁପ୍ତ ସେବା ହୋଇଥିବାରୁ ୫ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।  ପ୍ରଥା ଓ ପରମ୍ପରା ଅନୁଯାୟୀ, ଶ୍ରୀମନ୍ଦିରରେ ପ୍ରତି ବୁଧବାର କିମ୍ବା ଗୁରୁବାର ବନକ ଲାଗି ନୀତି ପାଳନ ହେବାର ବିଧି ରହିଛି। ପ୍ରତିମାସରେ ହାରାହାରି ଦୁଇଥର ଏହି ବନକ ଲାଗି ହୋଇଥାଏ। ବନକ ଲାଗି ରୀତି ‘ଦତ୍ତ ମହାପାତ୍ର’ଗୋଷ୍ଠୀର ସେବକଙ୍କ ଦ୍ୱାରା କରାଯାଇଥାଏ ।

 

Related posts

୧୪ରେ ଓଡ଼ିଶା ଆସିବେ। CJI ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

mahabharatanews

ହିଂଜିଳି ବ୍ଲକ ଚାଉଳ କଳ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ

mahabharatanews

କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ରରେ  କୁକୁଡ଼ା ଚିଆଁ  ଉତ୍ପାଦନ ହେଉନଥିବାର ଅଭିଯୋଗ

mahabharatanews