ଓଡିଶା

ପେଟ୍ରୋଲ ପମ୍ପ ବିସ୍ଫୋରଣ: ଆହତଙ୍କ ଚିକିତ୍ସା ବହନ କରିବେ ସରକାର

ଭୁବନେଶ୍ୱର: ଇଣ୍ଡିଆନ୍‌ ଅଏଲ୍‌ ପେଟ୍ରୋଲ ପମ୍ପ ବିସ୍ପୋରଣରେ ଆହତମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏବେ ପେଟ୍ରୋଲ୍‌ ପମ୍ପ ବିସ୍ଫୋରଣ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ନିଆଁକୁ ଆୟତ୍ତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏଥିସହ ବିସ୍ଫୋରଣରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ଆଜି ମଧ୍ୟାହ୍ନ ପ୍ରାୟ ୧ଟାରେ ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଭୟାବହ ବିସ୍ଫୋରଣ ହୋଇ ଅଗ୍ନିକାଣ୍ଡ ହୋଇଥିଲା । ବିସ୍ଫୋରଣରେ ୯ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛନ୍ତି। ସେମାନଙ୍କୁ କଟକ ଏସ୍‌ସିବି ସ୍ଥାନାନ୍ତର କରାଯାଇଛି । ପେଟ୍ରୋଲ ପମ୍ପରେ ଥିବା ଡିଜେଲ ଓ ପେଟ୍ରୋଲ ଟାଙ୍କି ସୁରକ୍ଷିତ ରହିଛି।

Related posts

ଘନେଇବାରେ ଲାଗିଛି ଡେଙ୍ଗୁ;  ସଂକ୍ରମଣ ସଂଖ୍ୟା ୩ ହଜାର ପାର୍ 

mahabharatanews

ଯୁକ୍ତ ଦୁଇ ପରୀକ୍ଷା: ଲାଗିବ ସିସିଟିଭି ସହ ଲାଇଭ୍ ଷ୍ଟ୍ରିମିଂ

mahabharatanews

ବାତ୍ୟା ‘‌ରେମାଲ’; ଓଡ଼ିଶାରେ ପ୍ରବଳ ବର୍ଷା

mahabharatanews

Leave a Comment