ଓଡିଶା

ଜାତୀୟସ୍ତରୀୟ ସେମିନାରରେ ଯୁନାନି ଦିବସ ପାଳନ

ଭଦ୍ରକ : ଭଦ୍ରକ ୟୁନାନୀ ହସ୍ପିଟାଲ ତରଫରୁ ଜାତୀୟସ୍ତରୀୟ ସେମିନାରରେ ଯୁନାନି ଦିବସ ପାଳନ ହୋଇଯାଇଛି । ଏହି ଯୁନାନି ଦିବସ ଅବସରରେ ବହୁ ବୁଦ୍ଧିଜୀବୀ, ଜ୍ଞାନୀ ବ୍ୟକ୍ତିଙ୍କ ସହ ଭଦ୍ରକ ମହାବିଦ୍ୟାଳୟର ପୂର୍ବତନ ପ୍ରିନସିପାଲ ଶୈଳେନ୍ଦ୍ର ମୋହାପାତ୍ର , ସମାଜ ସେବୀ ସୁଫିଆ ମେଡମ ତଥା ବହୁ ସୁନାମଧନ୍ୟ ଯୁନାନି ଡାକ୍ତର ମାନେ ଯୋଗଦେଇ ନିଜ ନିଜର ମତ ସାବ୍ୟସ୍ତ କରିଥିଲେ । ମୁଖ୍ୟତଃ ପିଲାମାନଙ୍କର ଚିକିତ୍ସା କିପରି ଯୁନାନି ଔଷଧ ଦ୍ୱାରା ବହୁତ ଭଲ ଭାବେ ସମ୍ଭବ ହୋଇପାରିବ ତାରି ଉପରେ ସମସ୍ତେ ଭାଷଣରେ ଆଲୋକପାତ କରିଥିଲେ । ଏହି ଯୁନାନି ଔଷଧ ଛୋଟ ପିଲା ତଥା ପ୍ରତ୍ୟୋକ ମଣିଷ କେତେ ଉପଯୋଗୀ ଏବଂ ଉପକାର ତାହା ଉପରେ ନିଜର ପ୍ରତିକ୍ରିୟାରେ କହିଥିଲେ । ଆଗାମୀ ଦିନରେ କିପରି ସବୁ ମଣିଷ ଏହି ଯୁନାନି ଔଷଧ ବ୍ୟବହାର କରି ସୁସ୍ଥ ରହିବେ ନିଜ ପ୍ରଟିକ୍ରିୟାରେ ଗଣ ମାଧ୍ୟମକୁ ସୂଚନା ଦେଇଥିଲେ ।

Related posts

ଆତ୍ମସମର୍ପଣ କଲେ ଫେରାର ୟୁଟ୍ୟୁବର ଦମ୍ପତି 

mahabharatanews

ଆଜି ଆସିବ ଓଡ଼ିଶା ବଜେଟ୍ ୨୦୨୬

mahabharatanews

କୋଣାର୍କ ସୂତାକଳ ପୁନଃ କାର୍ଯ୍ୟକ୍ଷମ ପାଇଁ ଦାବି

mahabharatanews