ଅପରାଧ

ଜିଏସଟି ଅଫିସ କର୍ମଚାରୀଙ୍କ ଘରେ ଚଢାଉ

ରାଉରକେଲା : ଭିଜିଲାନ୍ସ ଜାଲରେ ଜିଏସ୍ଟି(GST) ଅଫିସର । ଜିଏସ୍ଟି(GST) ଅଫିସର ଅଲେଖ ମହାନନ୍ଦଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢାଉ କରିଥିବା ସୂଚନା ମିଳିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଲେଖ ମହାନନ୍ଦଙ୍କ ଛେଣ୍ଡ କଲୋନୀ ଘର ସମେତ ୪ଟି ସ୍ଥନରେ ରେଡ୍ କରିଛି ଭିଜିଲାନ୍ସ । ଅଲେଖ ମହାନନ୍ଦଙ୍କ ଶ୍ୱଶୁର ଘର ,ପୈତୃକ ଘର ଓ କାର୍ଯ୍ୟାଳୟରେ ମଧ୍ୟ ରେଡ୍ କରିଛି ଭିଜିଲାନ୍ସ । ଅଲେଖ ମହାନନ୍ଦ ଏଝଞ ଅଫିସର ଭାବେ କମର୍ସିଆଲ ଡିପାର୍ଟମେଣ୍ଟରେ କାମ କରନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଯାଂଚ ଜାରି ରହିଛି । ତାଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତି କେତେ ରହିଛି ଆକଳନ ହୋଇପାରିନହିଁ ।

Related posts

ମହିଳାଙ୍କୁ ଏସିଡ୍ ମାଡ: ମୁହଁ ଓ ବେକରେ କ୍ଷତ

mahabharatanews

ସିଲମପୁର-ଜାଫରାବାଦ ହିଂସା ଘଟଣାରେ ୬ ଗିରଫ

mahabharatanews

ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

mahabharatanews