Uncategorized

କାନାଡାରେ ପାକ ସାମାଜିକ କର୍ମୀଙ୍କ ମୃତଦେହ କାନାଡାରୁ ଉଦ୍ଧାର

ନୂଆଦିଲ୍ଲୀ: ପାକିସ୍ତାନରୁ ଖସିଯାଇ କାନାଡାରେ ରହୁଥିବା ବେଲୁଚିସ୍ତାନର ସାମାଜିକର୍ମୀ କରିମା ବାଲୋଚଙ୍କ ମୃତଦେହ ମିଳିଛି । ଟରେଣ୍ଟୋ ହ୍ରଦରେ କରିମାଙ୍କ ମୃତଦେହ ଭାସୁଥିବା ପୁଲିସ ପାଇଛି । ପାକିସ୍ତାନର ମାତ୍ରାଧିକ ନିର୍ଯାତନା ସହି ନ ପାରି ସେ ୨୦୧୬ରେ ପାକିସ୍ତାନରୁ ଖସିଯାଇଥିଲେ କାନାଡା । ସେଠାରେ ସେ ଶରଣାର୍ଥୀଭାବେ ଆଶ୍ରୟ ନେଇଥିଲେ ।
କରିମାଙ୍କ ମୃତଦେହ ଉଦ୍ଧାର ପରେ ତାଙ୍କ ହତ୍ୟା ପଛରେ ପାକିସ୍ତାନର ହାତ ଥିବା କୁହାଯାଉଛି । କାରଣ ପାକ ସେନା ଓ ସରକାରଙ୍କଠାରୁ କରିମାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା । ସେ ବେଲୁଚିସ୍ତାନର ଲୋକଙ୍କ ଅଧିକାର ପାଇଁ କାର୍ଯ୍ୟକରି ସରକାର ଓ ସେନାର କୋପଦୃଷ୍ଟିର ଶିକାର ହୋଇଥିଲେ । ତେଣୁ କିଛି ବନ୍ଧୁଙ୍କ ସହଯୋଗରେ ୨୦୧୬ରେ କାନାଡା ଖସିଯାଇଥିଲେ ।

SR

Related posts

ଅ।ଙ୍ଗୁଠି କଳାପଣ ଯୋଗୁଁ ଚିନ୍ତାରେ ରହିଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ

mahabharatanews

ମୁଖ୍ୟମନ୍ତ୍ରୀ ମମତାଙ୍କ କାର୍ଯ୍ୟକ୍ରମରେ ବଡ଼ ଅଘଟଣ,ଗେଟ୍ ଭୁଶୁଡ଼ି ୨ ଆହତ

mahabharatanews

୭ ମହିଳାଙ୍କୁ ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ହସ୍ତାନ୍ତର

mahabharatanews