ଓଡିଶା

ଲିଙ୍ଗରାଜ ମନ୍ଦିର ପାଇଁ ବିଏମସି ପକ୍ଷରୁ ଏକ ନୂଆ ଗାଇଡଲାଇନ ପ୍ରକାଶ

ଭୁବନେଶ୍ୱର: ସେପ୍ଟେମ୍ବର୧ ତାରିଖରୁ ଖୋଲିବା ପ୍ରଭୁ ଲିଙ୍ଗରାଜ ମନ୍ଦିର । ଏନେଇ ଶୁକ୍ରବାର ବିଏମସି ପକ୍ଷରୁ ଏକ ନୂଆ ଗାଇଡଲାଇନ ପ୍ରକାଶ ପାଇଛି । ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା କଡା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
୨୪ ଜଣ ପର୍ଯ୍ୟନ୍ତ ଭକ୍ତଙ୍କୁ ଏକକାଳୀନ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ । ଟୀକା ପ୍ରମାଣପତ୍ର ଦେଖି ମନ୍ଦିରରେ ପ୍ରବେଶ କରିବାକୁ ଦିଆଯିବ । ଗର୍ଭଗୃହ ଦର୍ଶନ ବନ୍ଦ ରଖାଯିବ । ଏହାସହିତ ଏକା ଥରକେ ୧୦୦ ଜଣ ଭକ୍ତଙ୍କୁ ଦର୍ଶନର ଅନୁମତି ପ୍ରଦାନ କରାଯିବ। ସେହିପରି ଶ୍ରଦ୍ଧାଳୁଙ୍କ ନିକଟରୁ ଭୋଗ ଗ୍ରହଣ ଉପରେ କଟକଣା ଜାରି କରାଯାଇଛି । କୌଣସି ଶ୍ରଦ୍ଧାଳୁ ଭୋଗ ଭିରତକୁ ନେଇ ପ୍ରବେଶ କରିପାରିବେ ନାହିଁ । ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି । ରୋଗାକ୍ରାନ୍ତ, ବୟସ୍କ, ଗର୍ଭବତୀ ଓ ୧୮ ବର୍ଷରୁ କମ ବୟସର ଭକ୍ତଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ଲଗାଇଛି ବିଏମସି।

Related posts

ଗତ ୨୪ ଘଣ୍ଟାରେ ୨୩୧ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ହାତୀ ଆକ୍ରମଣରେ ମହିଳା ମୃତ

mahabharatanews

ଟ୍ରକ୍ ତଳେ ଚାପି ହୋଇ ହେଲପର ମୃତ, ଡ୍ରାଇଭର ଗୁରୁତ୍ୱର

mahabharatanews