ଅପରାଧ

ଗୁଣିଆଁ ସନ୍ଦେହରେ ପଥରରେ ଛେଚି ହତ୍ୟା

କୋରାପୁଟ: ଗୁଣିଆ ସନ୍ଦେହରେ ବନ୍ଧୁଗାଁର ଜଣକୁ ପଥର ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଜଣକୁ ଅଟକ ରଖି ପଚରାଉଚୁରା କରୁଥିବା କିହିଛି ପୋଲିସ ।

ସୂଚନା ଅନୁଯାୟୀ, ବନ୍ଧୁଗାଁ ଥାନା ଅଧୀନ କନାଗାଁରେ ଗୁଣିଆ ସନ୍ଦେହ କରି ଜଣକୁ ଅତି ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ବନ୍ଧୁଗାଁ ଗାଁର କୁମୁଟି ୱାଟେକା । ଗତ କିଛି ମାସ ପୂର୍ବରୁ ଉକ୍ତ ଗାଁର ଜନେିକ ବ୍ୟକ୍ତି କୌଣସି କାରଣରୁ ମୃତ୍ୟୁବରଣ କରିଥିଲେ । କୁମୁଟି ୱାଟେକା ହିଁ ଗୁଣି କରି ମାରିଦେଇଥିବା ଗ୍ରାମବାସୀ ସନ୍ଦେହ କରିଥିବାବେଳେ ସେବେଠାରୁ କୁମୁଟି କୁଆଡେ ·ଲିଯାଇଥିଲା । ତେବେ କିଛି ଦିନ ପରେ କୁମୁଟି ଗାଁକୁ ଫେରିଥିବାବେଳେ କାନାଗାଁ -ମାଥୁର ଘାଟି ଜଙ୍ଗଲରେ ତାଙ୍କୁ ହତ୍ୟା କରି କେହି ଫୋପାଡି ଦେଇଥିଲା । ତାଙ୍କ ମୃତଦେହ ମିଳିବା ପରେ ଥାନାରେ ଏକ ଅଭିଯୋଗ ହୋଇଛି । ପୂର୍ବ ଶତ୍ରୁତାକୁ ନେଇ କିମ୍ବା ଗୁଣି ସନ୍ଦେହରେ କୁମୁଟାଙ୍କୁ ହତ୍ୟା କରାଯାଇଛି ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଠ ରହିଛି । ଏନେଇ ଥାନା ଅଧିକାରୀ ତପନ କୁମାର ନାହକ ଏକ ହତ୍ୟା ମାମଲା ରୁଜୁ କରି ଜଣକୁ ଅଟକ ରଖି ପଚରା ଉଚରା କରୁଥିବା ଜଣାଇଛନ୍ତି ।

Related posts

କଟୁରୀରେ ହାଣୀ ୪ ଲକ୍ଷ ଟଙ୍କ। ଲୁଟ

mahabharatanews

ଯୁବକଙ୍କୁ ଘର ଛାତରୁ ଉଠାଇ ନେଇ ମରଣାନ୍ତକ ଆକ୍ରମଣ

mahabharatanews

କୋଟିପତି ଅଧୀକ୍ଷଣ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି: ଭିଜିଲାନ୍ସ ଇତିହାସରେ ରେକର୍ଡ଼ ସଂଖ୍ୟକ କ୍ୟାସ ଜବତ

mahabharatanews