(ହରିୟାଣା) : ଟୁରିଷ୍ଟ ବସରେ ନିଆଁ ଲାଗି ୮ ଜଣ ଜୀବନ୍ତ ଦଗ୍ଧ । ୨୪ ଜଣ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ସମସ୍ତଙ୍କର ଚିକିତ୍ସା ଜାରି ରହିଛି । ବସଟି ୬୦ ଜଣ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବେଳେ ନୁହ ନିକଟରେ ଅଘଟଣ ଘଟିଥିବା ନେଇ ସୂଚନା । ଅଗ୍ନିକାଣ୍ତର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।
ସୂଚନାନୁସାରେ, ପାଖାପାଖି ୬୦ ଶ୍ରଦ୍ଧାଳୁଙ୍କୁ ନେଇ ମଥୁରା,ବୃନ୍ଦାବନ ଦର୍ଶନ କରିବା ସାରି ଫେରୁଥିବା ବେଳେ ଶୁକ୍ରବାର ବିଳମ୍ବ ରାତ୍ରୀରେ ଅଘଟଣ ଘଟିଛି । ବସରେ ମହିଳା ଏହଂ ଶିଶୁ ଅଧିକ ସଂଖ୍ୟାରେ ଥିବା ନେଇ ସୂଚନା । ନୁହ ତାବଡ ଉପମଣ୍ତଳ ସୀମାରେ ନିକଟରେ ରାତି ପ୍ରାୟ ୧.୩୦ ବେଳେ ବସରେ ନିଆଁ ଲାଗିବା ଯାଇଥିଲା । ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୪ ଜଣ ଗୁରୁତର ଆହତ ହୋଇଛନ୍ତି । ପ୍ରଥମେ ସ୍ଥାନୀୟ ଲୋକ ବସରେ ନିଆଁ ଲାଗିଥିବାର ଦେଖିଥିଲେ । ପରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦୀର୍ଘ ସମୟର ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀ ନିଆଁ ଆୟତ୍ତ କରିବାରେ ସଫଳ ହୋଇଥିଲେ ।
