Uncategorized

ଇଟାଲିରୁ ଆନ୍ଧ୍ର ଫେରିଥିବା ୭୫ଙ୍କୁ ପୃଥକ ରଖିବାକୁ ସରକାରୀ ନିର୍ଦ୍ଦେଶ

ନୂଆଦିଲ୍ଲୀ: ୨୯ ଫେବୃଆରୀ ପରେ ଇଟାଲୀରୁ ଆନ୍ଧ୍ରପ୍ରଦେଶ ଫେରିଥିବା ୭୫ ଜଣ ଲୋକଙ୍କୁ ଘରେ ଅଲଗା ନିରୀକ୍ଷଣ କରାଯାଇଛି । ଏମାନେ ୪ ଚରଣରେ ଇଟାଲୀରୁ ଭାରତ ଆସିଥିଲେ । କୋରେ।।ନା ଭୂତାଣୁର ଭୟାବହତ।।କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସେମାନଙ୍କ ଚିହ୍ନଟ କରିବା ସହ ସେମାନଙ୍କୁ ୧୪ ଦିନ ପାଇଁ ପୃଥକଭାବେ ରଖିବାକୁ ନିର୍ଦ୍ଦେଶ ଦେଇଛି ।

ରାଜ୍ୟ ସ୍ୱାସ୍ଥ୍ୟ, ମେଡିକାଲ କଲେଜ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଇଟ।।ଲୀରୁ ଫେରିଥିବା ଜଣେ ଛାତ୍ରଙ୍କର ଶୁଖିଲା କାସ ହେବାରୁ ତାଙ୍କୁ ନେଲ୍ଲୋର ସ୍ଥିତ ଆଇସୋଲେସନ ୱାର୍ଡକୁ ସ୍ଥାନାନ୍ତର କର।।ଯାଇଛି । ଏହା ପୂର୍ବରୁ ଦିଲ୍ଳୀରେ ହୋଇଥିବା ତାଙ୍କ ପରୀକ୍ଷା ନେଗେଟିଭ ଅ।।ସିଥିଲା । ଏହାପରେ ସେ ବିମାନାଯୋଗେ ଚେନ୍ନାଇ ପହଞ୍ଚିଥିଲା । ବିମାନବନ୍ଦରରୁ ସଡକ ପଥରେ ନେଲ୍ଲୋର ଆସିଥିଲେ । ତାଙ୍କ ନମୁନା ଯାଞ୍ଚ ପାଇଁ ପୁଣେସ୍ଥିତ ଏନଆଇଭିକୁ ପଠାଯାଇଛି । ଏହି ମାମଲା ସ।।ମ୍ନାକୁ ଆସିବା ପରେ ରାଜ୍ୟ ସ୍ୱ।।ସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସତର୍କ ହୋଇଥିଲା ଓ ଇଟାଲୀରୁ ୧୪ ଦିନ ମଧ୍ୟରେ ଅ।।ସିଥିବା ସମସ୍ତଙ୍କ ପାଇଁ ନିର୍ଦ୍ଦେଶ ନାମା ଜାରି କରିଥିଲା । ତେଣୁ ଅନ୍ୟମାନଙ୍କୁ ଘରେ ପୃଥକଭାବେ ରଖାଯାଇ ସେମାନଙ୍କ ଉପରେ ନଜର ରଖାଯାଇଛି ।

Related posts

ସିଏଏ ସମର୍ଥନରେ ଆମେରିକାରେ ଶୋଭାଯାତ୍ରା

mahabharatanews

ଅ।ଙ୍ଗୁଠିରେ ପଇଡ଼ କଣା କରି ରେକର୍ଡ

mahabharatanews

ମୋଦିଙ୍କ ସିଏଏ ସମର୍ଥନ ଅଭିଯାନକୁ ବିରୋଧ

mahabharatanews

Leave a Comment