ଓଡିଶା

ସାରା ବିଶ୍ଵରେ ଘଟୁଥିବା ଅକାଳ ମୃତ୍ୟୁର ମୁଖ୍ୟ କାରଣ ପାଲଟିଛି ହୃଦ୍‌ରୋଗ

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ସାରା ବିଶ୍ଵରେ ଘଟୁଥିବା ଅକାଳ ମୃତ୍ୟୁର ମୁଖ୍ୟ କାରଣ ପାଲଟିଛି ହୃଦ୍‌ରୋଗ । ଭାରତରେ ପ୍ରାୟ ୩୬ ପ୍ରତିଶତ ମୃତ୍ୟୁ ହୃଦ୍‌ରୋଗ ଜନିତ ହେଉଥିବା ବେଳେ ଓ ତନ୍ମଧ୍ୟରୁ ୮୦ ପ୍ରତିଶତ ଏହି ଭଳି ଯାହାକୁ ପ୍ରତିରୋଧ କରାଯାଇ ପାରିବ । କିନ୍ତୁ ଲୋକ ମାନଙ୍କ ପାଖରେ ପ୍ରଶିକ୍ଷଣ ଅଭାବ ଯୋଗୁ ଏହାକୁ ରୋକି ହେଉ ନାହିଁ । ଆକଳନ ଅନୁସାରେ ଭାରତରେ ପ୍ରତି ବର୍ଷ ଲକ୍ଷରେ ୪୨୦୦ରୁ ଅଧିକ ଲୋକଙ୍କର ହୃଦ୍‌ଘାତ ହୋଇଥାଏ ଏବଂ ତନ୍ମଧ୍ୟରୁ ୧୦ ପ୍ରତିଶତରେ ବଞ୍ଚିବାର ଆଶା ଥାଏ ।

ତେବେ ଏହି ହୃଦ୍‌ଘାତ ଜନିତ ମୃତ୍ୟୁରୁ ଅଧିକାଂଶ Cardiopulmonary Resuscitation ବା CPR ଦ୍ବାରା ରୋକାଯାଇ ପାରିବ। ଆପଣ ବହୁ ସ୍ଥାନରେ ଲୋକ ମାନଙ୍କୁ ତଥା ସେନା କର୍ମଚାରୀ ,ପୋଲିସ କର୍ମୀ ହୁଅନ୍ତୁ କିମ୍ବା ଟ୍ରାଫିକ ପୋଲିସ CPR ଦେଇ ଲୋକଙ୍କ ଜୀବନ ବଞ୍ଚେଇଥାନ୍ତି । ତେବେ ଏହି ଟ୍ରେନିଙ୍ଗ ମୁଖ୍ୟତଃ ସାଧାରଣ ଜନତାଙ୍କୁ ଜଣା ନାହିଁ ଯଦି ଏହି ପ୍ରଶିକ୍ଷଣ ସାଧାରଣ ଲୋକଙ୍କୁ ଶିଖା ଯାଏ ତେବେ ଅନେକ ଜୀବନ ରକ୍ଷା ପାରିବ ।

ଏହି ପରିପ୍ରେକ୍ଷୀରେ ଶ୍ରୀ ସତ୍ୟସାଇ ସେବା ସଂଗଠନ, ଓଡିଶା ତଥା ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ଆନୁକୂଲ୍ୟରେ ଏବଂ American Heart Association (AHA) ତଥା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ କେନ୍ଦ୍ର AIIMS ଭୁବନେଶ୍ଵରର ମିଳିତ ଆନୁକୂଲ୍ୟରେ ଓଡିଶାରେ ୨୦୨୫ ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଏହି CPR ତାଲିମ ଦେବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।ଏହି କାର୍ଯ୍ୟକ୍ରମଟିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ସେ ଏହି ପରିପ୍ରେକ୍ଷୀରେ ଜୀବନ ବଞ୍ଚାଉଥିବା ଏହି CPR ତାଲିମ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରସଂଶା କରିଛନ୍ତି।

ଏହାର ପ୍ରାଥମିକ ପଦକ୍ଷେପ ସ୍ଵରୂପ ଏକ ଗଣ CPR ତାଲିମକାର୍ଯ୍ୟକ୍ରମ ୨ଫେବୃୟାରୀ ୨୦୨୩ ଦିନ ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିଅମ୍‌ରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ୨୦୦୦ ସ୍ଵେଚ୍ଛାସେବୀ ତାଲିମ୍ ଗ୍ରହଣ କରିଛନ୍ତି । ତନ୍ମଧ୍ୟରୁ ପ୍ରାୟ ୧୦୦୦ ପୋଲିସ୍‌, ୬୦୦ ଯୁବକ କଲେଜ ଛାତ୍ରୀ ଅନ୍ତର୍ଭୁକ୍ତ । ଆଗକୁ ଏହି କାର୍ଯ୍ୟକ୍ରମ ଜରିଆରେ ସାଧାରଣ ଜନତାଙ୍କୁ ଯୋଡିବାର ପଦକ୍ଷପ ନିଆ ଯାଉଛି ଯାହା ଦ୍ୱାରା ବହୁତ ଜୀବନ ରକ୍ଷା ପାଇପାରିବ ।

Related posts

୫୦ ବସ୍ତା କୋଇଲା ଜବତ, ୧ ଗିରଫ

mahabharatanews

ଖମାର ବନବିଭାଗକୁ ବଡ଼ ସଫଳତା

mahabharatanews

ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁଙ୍କ ପରଲୋକ

mahabharatanews