(ଭୁବନେଶ୍ୱର) : ତାତିରେ ସିଝୁଛି ଓଡ଼ିଶା । ଅସହ୍ୟ ଗରମ ଓ ଖରାରେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ରାଜ୍ୟବାସୀ । କେବଳ ଦିନରେ ନୁହଁ ରାତିରେ ମଧ୍ୟ ତାପମାତ୍ରା ସ୍ୱାଭାବକ ଠାରୁ ୫-୬ଡିଗ୍ରୀ ବଢିଯାଉଛି । ଫଳରେ ତାତିରେ ଛଟପଟ ହେଉଛନ୍ତି ଲୋକ ଓ ଜୀବଜନ୍ତୁ । ୧୧ ସହରରେ ପାରଦ ୪୦ ଟପିଛି ।
ସୂଚନାନୁଯାୟୀ , ଆଗକୁ ଆହୁରି ଗରମ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଅନୁଗୁଳ ୪୧.୭, ଝାରସୁଗୁଡ଼ା ୪୧.୬, ସୁନ୍ଦରଗଡ଼ ୪୦.୧, ତାଳଚେର ୪୦, ଭବାନୀପାଟଣା ୪୧, ବଲାଙ୍ଗୀର ୪୧.୭, ଟିଟିଲାଗଡ଼ ୪୧, ନୂଆପଡ଼ା ୪୦.୪, ରାଉରକେଲା ୪୦.୨ ଡିଗ୍ରୀ ସେଲସିୟସରେ ସିଝିଥିଲା । ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ କିନ୍ତୁ ଗରମ କମିବ ନାହିଁ । ଆସନ୍ତା ୭ତାରିଖ ପରେ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀର ପ୍ରଭାବ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି । ଏପ୍ରିଲ ୭ ଓ ୮ତାରିଖ ବର୍ଷାର ପ୍ରଭାବ ଧିରେ ଧିରେ ବୃଦ୍ଧି ପାଇବ । ଏପଟେ ପ୍ରବଳ ଖରା ଯୋଗୁ ଅଂଶୁଘାତ ହେବାର ଭୟ ରହିଛି । ଏ ନେଇ ମାର୍ଗଦର୍ଶିକା ଜାରି କରିଛି ଜନସ୍ୱାସ୍ଥ୍ୟ ବିଭାଗ ।
